ପୁରୁଷ ସରୋଗେସିକୁ ନେଇ ଆଧାରିତ ଫିଲ୍ମରେ ଅଭିନୟ କରିପାରନ୍ତି ରାଜକୁମାର

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଆସୁଛନ୍ତି । ଶେଷଥର ସେ ମୌନୀ ରୟଙ୍କ ସହ ଫିଲ୍ମ ମେଡ ଇନ ଚାଇନାରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ କମାଲ କରିପାରିନଥିଲା, କିନ୍ତୁ ଫିଲ୍ମରେ ରାଜକୁମାରଙ୍କୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଏବେ ରାଜକୁମାର ନିଜ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ।

ଏହାମଧ୍ୟରେ ଖବର ଶୁଣିବାକୁ ମିଳିଛି ଯେ ରାଜକୁମାର ଏକ ଭିନ୍ନ ଫିଲ୍ମ କରିବାକୁ ଯାଉଛନ୍ତି , ଯେଉଁଥିରେ ପୁରୁଷ ସରୋଗେସିକୁ ଦେଖିବାକୁ ମିଳିବ । ଏକ ୱେବସାଇଟ ମୁତାବକ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମଗର୍ଲରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିବା ରାଜ ସାଣ୍ଡିଲ୍ୟ ରାଜକୁମାରଙ୍କୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ରିପୋର୍ଟ ମୁତାବକ ରାଜ କହିଛନ୍ତି ଯେ ରାଜ, ରନି ସ୍କ୍ରୁବାଲାଙ୍କ ଏକ କମେଡି ଫିଲ୍ମ ପ୍ରଯୋଜନା କରିବାକୁ ଯାଉଛନ୍ତି । ଯାହା ପାଇଁ ରାଜକୁମାରଙ୍କ ସହ ସମ୍ପର୍କ କରାଯାଇଛି , ସେ ମଧ୍ୟ ଏହି ସ୍କ୍ରିପ୍ଟକୁ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ଇଶାରତ ଆର ଖାନ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ।

ସମ୍ବନ୍ଧିତ ଖବର