‘ଏହି କାରଣରୁ ମୋତେ ପାଗଳ ଭାବି ଦୁଇଜଣ ମ୍ୟାନେଜର କାମ ଛାଡ଼ି ଚାଲି ଯାଇଥିଲେ’: ସୁସ୍ମିତା ସେନ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ। ଏହି ସାକ୍ଷାତକାରରେ ସେ ତାଙ୍କ ପୁରୁଣା ଦିନର କଥାକୁ ମନେ ପକାଇଛନ୍ତି।

ସୁସ୍ମିତା ସେନା ଏହି ସାକ୍ଷାତକାରରେ କହିଛନ୍ତି, ‘ମୁଁ ଯେତେବେଳେ ଏକ ଆଇଟମ ଗୀତରେ ଅଭିନୟ କରିବି ବୋଲି ଇଚ୍ଛା କରିଥିଲି, ମୋର ମ୍ୟାନେଜର ମୋତେ ପାଗଳ ବୋଲି ଭାବିଥିଲେ । ଆଉ ଆଇଟମ ଗୀତରେ କାମ କରିବାକୁ ମ୍ୟାନେଜର ମନା କରିଥିଲେ। କିନ୍ତୁ ଆଇଟମ ଗୀତରେ କାମ କରିବାକୁ ନେଇ ମୋର ଦୁର୍ବଳତା ଥିଲା। ତେଣୁ ମୁଁ କାହାରି କୌଣସି କଥା ନଶୁଣି ଆଇଟମ ଗୀତରେ କାମ କରିବାକୁ ରାଜି ହୋଇ ଯାଇଥିଲି। ଏହାପରେ ମୋର ଜଣେ ନୁହେଁ ଦୁଇଜଣ ମ୍ୟାନେଜର କାମ ଛାଡ଼ି ଚାଲିଯାଇଥିଲେ। ଏହି କଥା ଆଜି ବି ମନେ ପଡ଼ିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ହସ ବି ।

ସୁସ୍ମିତା ବଡ ପରଦାରେ ଅନେକ ଭୂମିକାରେ ଅଭିନୟ କରିଛନ୍ତି। ସେ ତାଙ୍କ ଅଭିନୟ ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଗତ କିଛିବର୍ଷ ହେବ ସେ ବଡ଼ପରଦାରୁ ଦୂରରେ ଯାଇଥିଲେ। ୱେବ ସିରିଜ ‘ଆର୍ଯ୍ୟା’ଜରିଆରେ ପୁଣିଥରେ ଅଭିନୟ ଦୁନିଆକୁ ଏଣ୍ଟ୍ରି କରିଥିଲେ ସୁସ୍ମିତା। ଆଉ ଏଥିରେ ଦର୍ଶକ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ ବି କରିଛନ୍ତି।

ସମ୍ବନ୍ଧିତ ଖବର