ବିମାନରେ ବ୍ୟାଗେଜ୍ ଜରିମାନାରୁ ବର୍ତ୍ତିବା ପାଇଁ ଜନୈକା ମହିଳା ନିଜସ୍ବ ଉପାୟ ଆପଣାଇ ଏବେ ଚର୍ଚ୍ଚାରେ; ଜାଣନ୍ତୁ କ’ଣ ଥିଲା ସେହି ଉପାୟ..

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସବୁ ବେଳେ ଦେଖି ଚାହିଁ ଜିନିଷ ନେବାକୁ ପଡ଼ିଥାଏ । ଦରକାର ଠାରୁ ବ୍ୟାଗ୍‌ର ଓଜନ ଅଧିକ ହେଲେ ଜରିମାନା ଦେବାକୁ ପଡ଼ୁଥିବାରୁ ଯାତ୍ରୀମାନେ ଚାହିଁବି ଅଧିକ ଜିନିଷ ନେଇ ପାରନ୍ତି ନାହିଁ । ଯଦି କାହାର ବ୍ୟାଗ୍‌ ଦରକାରଠାରୁ ଅଧିକ ଓଜନ ହୋଇ ଯାଇଥାଏ, ତେବେ ବାଧ୍ୟ ହୋଇ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିଥାଏ । କିନ୍ତୁ ଜଣେ ୩୦ବର୍ଷୀୟ ମହିଳାଙ୍କ ସହ ଏଭଳି ଘଟିବା ପରେ ଜରିମାନା ନ ଦେବା ପାଇଁ ସେ ଯାହା କରିଥିଲେ । ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

indiatoday.in

ସୂଚନା ମୁତାବକ, ନତାଲିଆ ନାମକ ଜଣେ ମହିଳାଙ୍କୁ କେନେରୀ ଦ୍ୱୀପରୁ ଫ୍ୟୁରଟେଭେଣ୍ଟ୍ୟୁରାକୁ ଯାତ୍ରା କରିବାର ଥିଲା । ବ୍ୟାଗ ଚେକିଂ ଚାଲିଥିବା ବେଳେ ବ୍ୟାଗ୍‌ର ଓଜନ ୯.୪କେଜି ଥିବା ଜଣା ପଡ଼ିଥିଲା । ୬କେଜି ପର୍ଯ୍ୟନ୍ତ ଜିନିଷ ନେବାକୁ ଅନୁମତି ଥିବା ବେଳେ ନତାଲିଆଙ୍କର ୯.୪କେଜି ହେବାରୁ ସିକ୍ୟୁରିଟି ଅଫିସର ତାଙ୍କୁ ଅଟକାଇଥିଲେ । ବ୍ୟାଗ୍‌ ନେବା ପାଇଁ ତାଙ୍କୁ ଅଧିକ ୬,୦୦୦ଟଙ୍କା ଦେବାକୁ ହେବ ବୋଲି ଜାଣି ନତାଲିଆ ନିଜ ବ୍ୟାଗରୁ ୭ଟି ଡ୍ରେସ୍‌, ୨ଟି ଜୋତା ଏବଂ ୨ଟି ସଟ୍‌ସ ବାହାର କରି ପିନ୍ଧି ଦେଇଥିଲେ । ପରେ ବିମାନ ମଧ୍ୟକୁ ଯିବା ପରେ ସେ ପିନ୍ଧିଥିବା ପୋଷାକ ଏବଂ ଜୋତାକୁ କାଢ଼ି ବ୍ୟାଗ୍‌ରେ ରଖି ଦେଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର