ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ୪୯ବର୍ଷ ବୟସରେ ହୃଦଘାତରେ ବୁଧବାର ମୃତ୍ୟୁ ହୋଇଛି। ମନ୍ଦିର ବେଦୀଙ୍କ ପ୍ରଶଂସକଙ୍କ ପାଇଁ ଏହି ଖବର ଏକ ଝଟକା ଭଳି ଥିଲା।
ସିନେମା ନିର୍ଦେଶକ ଓନିର ରାଜଙ୍କ ନିଧନ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଟୁଇଟ କରି ଲେଖିଥିଲେ, ବହୁତ ଶୀଘ୍ର ଚାଲିଗଲ। ଆମେ ସିନେମା ନିର୍ମାତା ଓ ପ୍ରଯୋଜକ ରାଜ କୌଶଲଙ୍କୁ ଆଜି ସକାଳେ ହରାଇ ଦେଇଛୁ। ବହୁତ ଦୁଃଖର କଥା। ସେ ମୋର ପ୍ରଥମ ସିନେମା ମାଇ ବ୍ରଦର ନିଖିଲର ପ୍ରଯୋଜକଙ୍କ ମଧ୍ୟରୁ ଜଣେ। ଭଗବାନ ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ।
Gone too soon. We lost Film maker and Producer @rajkaushal1 this morning. Very Sad. He was one of the producers of my first film #MyBrotherNikhil. One of those few who believed in our vision and supported us. Prayers for his soul. pic.twitter.com/zAitFfYrS7
— অনির Onir اونیر ओनिर he/him (@IamOnir) June 30, 2021
ସୂଚନ ଥାଉକି, ରାଜ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ, ଭଳି ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ବଲିଉଡର ଅନେକ ସେଲିବ୍ରିଟି ରାଜ କୌଶଲ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।