ସ୍ବାମୀ ରାଜଙ୍କ ମୃତ୍ୟୁ ପରେ କାମକୁ ଫେରିଲେ ମନ୍ଦିରା

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ କୌଶଲଙ୍କ ଜୁନ ୩୦ ତାରିଖରେ ହୃତଘାତରେ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁର ଏକ ମାସ ପରେ ମନ୍ଦିରା କାମକୁ ଫେରି ଆସିଛନ୍ତି।

ମନ୍ଦିରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ କାମକୁ ଫେରି ଆସିଛି। ଜୀବନ ଆରମ୍ଭ କରିବାର ସମୟ। ଆଗକୁ ବଢ଼ିବାର ଅଛି ଉପରକୁ ଉଠିବାର ଅଛି।

ନିକଟରେ ମନ୍ଦିରା ତାରାର ପଞ୍ଚମ ଜନ୍ମଦିନ ପାଳନ କରିଥିଲେ। ଏକବର୍ଷ ପୂର୍ବେ ଜୁଲାଇରେ ମନ୍ଦିରା ଓ ରାଜ ତାରାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଜନ୍ମଦିନ ଅବସରରେ ମନ୍ଦିରା ଏକ ଭାବୁକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ, ଜୁଲାଇ ୨୮। ତୁମେ ଆମ ଜୀବନକୁ ଆସିବାର ଏକବର୍ଷ ହୋଇଯାଇଛି। ସେଥିପାଇଁ ଆଜି ଆମେ ତୁମ ଜନ୍ମଦିନକୁ ପାଳନ କରୁଛୁ। ଏହା ତୁମର ପଞ୍ଚମ ଜନ୍ମଦିନ ତାରା। ମୁଁ ତୁମକୁ ବହୁତ ଭଲ ପାଏ।

 

 

View this post on Instagram

 

A post shared by Mandira Bedi (@mandirabedi)

ଏଥିସହିତ ମନ୍ଦିରା ଇନଷ୍ଟାଗ୍ରାମରେ ରାଜଙ୍କ ସହିତ ତିନିବର୍ଷ ତଳର ଏକ ଫଟୋ ସେୟାର କରିଛନ୍ତି। ଆଉ ଲେଖିଛନ୍ତି,  ଦୁହେଁ ଦୁହିଁଙ୍କୁ ଚିହ୍ନବାରେ ୨୫ବର୍ଷ ହୋଇଗଲାଣି। ୨୩ବର୍ଷ ବିବାହକୁ ବିତିଛି। ପ୍ରତିଟି ସଂଘର୍ଷ ଓ ଉଠାଣି ଗଡ଼ାଣିରେ ଆମେ ସାଙ୍ଗ ହୋଇ ବାଟ ଚାଲିଛେ।

ସମ୍ବନ୍ଧିତ ଖବର