ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ ମନ୍ଦିରା

ବଲିଉଡ୍‌ ଅଭିନେତ୍ରୀ ତଥା ଫିଟ୍‌ନେସ୍ ପାଇଁ ସାମାଜିକ ଗଣମାଧ୍ୟମରେ ଜଣାଶୁଣା ମନ୍ଦିରା ବେଦୀ ନିକଟରେ କିଛି ଟ୍ରୋଲର୍ସଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ଗତବର୍ଷ ଅକ୍ଟୋବରରେ ମନ୍ଦିରା ଓ ତାଙ୍କ ସ୍ବାମୀ ରାଜ କୌଶଲ୍ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ସେୟାର୍ କରି ଉଲ୍ଲେଖ କରିଥିଲେ, ୪ ବର୍ଷୀୟା ଝିଅ ତାରାକୁ ସେମାନେ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି।

‌ମନ୍ଦିରାଙ୍କ ଉକ୍ତ ପୁରୁଣା ପୋଷ୍ଟକୁ ନେଇ କିଛି ଦିନ ତଳେ ଟ୍ରୋଲର୍ସ ତାଙ୍କୁ ଉପହାସ କରିଥିଲେ। କେଉଁ ବସ୍ତି ଅଞ୍ଚଳରୁ ଏହି ଝିଅକୁ ଆଣିଛ ବୋଲି ପ୍ରଶ୍ନ କରିଥିଲେ। ସେହିଭଳି ଆଉ ଜଣେ ବ୍ୟକ୍ତି ତାଙ୍କୁ ଲୋଭୀ, ସଂକୀର୍ଣ୍ଣତାବାଦୀ କହିବା ସହ ବସ୍ତିବାସୀଙ୍କ ଜୀବନକୁ ବିପଦ ସୃଷ୍ଟି କରୁଥିବା ମଣିଷ ବୋଲି କହିଥିଲା। ତେବେ ଏପରି ଟ୍ରୋଲକୁ ମନ୍ଦିରା ସହ୍ୟ କରିପାରିନଥିଲେ। ଉତ୍ତରରେ ମନ୍ଦିରା ଉକ୍ତ କମେଣ୍ଟ୍‌ଗୁଡ଼ିକ ଯେପରି ସ୍ବତନ୍ତ୍ର ଭାବେ ଲୋକଙ୍କ ନଜର ପଡ଼ିବ, ତାହାକୁ ଵାଲ୍‌ପୋଷ୍ଟ କରିବା ସହିତ ଟ୍ରୋଲର୍ସମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସୂଚନାଯୋଗ୍ୟ, ମନ୍ଦିରାଙ୍କର ପୂର୍ବରୁ ଏକ ୯ବର୍ଷର ପୁଅ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର