ନୂଆ ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା‌’

ଅନନ୍ୟ ଏଣ୍ଟରଟେନମେଣ୍ଟ ନିବେଦିତ ପ୍ରଥମ ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’। ପ୍ରଭାତୀ ଆଚାର୍ଯ୍ୟ ପ୍ରଯୋଜିତ ଏଇ ନୂଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏନ୍. ପାଢ଼ୀ। ଏହାର କାହାଣୀ ପରିକଳ୍ପନା କରିଛନ୍ତି ଦୁର୍ଗା ଆଚାର୍ଯ୍ୟ ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଦୀପକ ଜେନା। ସଙ୍ଗୀତ ସଜାଇଛନ୍ତି ଜି. ଅଶୋକ କୁମାର।

ଶତ୍ରୁତା ଓ ପ୍ରେମ; ଏଇ ଦୁଇଟି ପୃଷ୍ଠଭୂମିରେ ଛିଡ଼ା ହେଇଛି ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’ର କାହାଣୀ। ମହାଭାରତ କାହାଣୀ ପରି କଳିଯୁଗର ଅଭିମନ୍ୟୁ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ଅନୁରୂପ ଶତ୍ରୁତା ରହିଛି। ହେଲେ ଅଭିମନ୍ୟୁଙ୍କ ପୁଅ ଓମ୍ ଏବଂ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ଭିତରେ ଗଢ଼ି ଉଠିଛି ନିବିଡ଼ ପ୍ରେମ ସମ୍ପର୍କ। କି’ କି’ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଏ ଦୁହିଁଙ୍କୁ, ତାହା ଏଇ ଚଳଚ୍ଚିତ୍ରରେ ପ୍ରତିଫଳିତ ହେଇଛି। ଏଥିରେ ଓମ୍ ଭୂମିକାରେ ଓମ୍‌କାର, ଗୌରୀ ଭୂମିକାରେ ନମ୍ରତା ସିଂହଦେ ଏବଂ ଅନ୍ୟ ଜଣେ ନାୟିକା ଭୂମିକାରେ ପ୍ରିୟଙ୍କା ଅଛନ୍ତି। ଏମାନଙ୍କ ବ୍ୟତୀତ ମିହିର ଦାସ, ଅଶ୍ରୁମୋଚନ, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ, ଶୁଭମ୍ ଓ ଆପ୍ପାରାଓଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର