୨୦୧୯ରେ ମୁମ୍ବାଇର ବ୍ୟବସାୟୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ : ଧାରାବାହିକ ପବିତ୍ର ରିସ୍ତାରୁ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଏହି ଧାରାବାହିକରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ । ଏହି ଧାରାବାହିକରେ କାମ କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । କିନ୍ତୁ କିଛି ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଏବେ ଦୀର୍ଘଦିନର ବ୍ୟବଧାନ ପରେ ଅଙ୍କିତା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରେ ନଜର ଆସୁଛନ୍ତି । ଝଲକାରୀ ବାଈ ଚରିତ୍ରରେ ସେ ନଜର ଆସିଥିବା ବେଳେ ତାଙ୍କ ଲୁକ୍‌କୁ ପସନ୍ଦ କରାଯାଉଥିବା ଦେଖାଯାଇଛି । ତେବେ ଏତେ ସବୁ ପରେ ଏବେ ଅଙ୍କିତା ନିଜ ବିବାହ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

news18.com

୨୦୧୯ରେ ସେ ମୁମ୍ବାଇର ଜଣେ ବ୍ୟବସାୟୀ ବିକ୍କୀ ଜୈନ୍‌ଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଦୁହିଁଙ୍କୁ ଅନେକ ପାର୍ଟିରେ ଦେଖା ଯାଇ ସାରିଥିବା ବେଳେ ଏବେ ଦୁହିଁଙ୍କ ବିବାହର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଙ୍କିତାଙ୍କ ପ୍ରବକ୍ତା ଏହି ଖବରକୁ ଗୁଜବ ବୋଲି କହିଛନ୍ତି । ତେବେ କ’ଣ ସତ ତାହା ଭବିଷ୍ୟତରେ ଜଣାପଡ଼ିବ ।

ସମ୍ବନ୍ଧିତ ଖବର