ସୁଟିଂ ଆରମ୍ଭ ନ ହେଉଣୁ ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା ରିଟର୍ଣ୍ଣସ୍’କୁ ନେଇ ବିବାଦ ମୁଣ୍ଡ ଟେକିଛି। କଙ୍ଗନାଙ୍କ ଏହି ଚଳଚ୍ଚିତ୍ରଟି କାଶ୍ମୀରର ଦଶମ ଶତାବ୍ଦୀର ରାଣୀ ଦିଦାଙ୍କ ଉପରେ ପର୍ଯ୍ୟବସିତ। ତେବେ ଆଶିଷ କୌଲ୍ଙ୍କ ଲିଖିତ ପୁସ୍ତକରୁ କଙ୍ଗନା ଏହାର କାହାଣୀ ଚୋରି କରୁଥିବାରୁ ଆଶିଷ ଆପତ୍ତି ଉଠାଇଛନ୍ତି। ଆଶିଷ କହିଛନ୍ତି, ରାଣୀ ଦିଦାଙ୍କ ଆତ୍ମଜୀବନୀ ଲେଖିବା ପାଇଁ ତାଙ୍କୁ ୬ ବର୍ଷ ସମୟ ଲାଗିଥିଲା। ସେ ଏହି ପୁସ୍ତକର କପିରାଇଟ୍ ମଧ୍ୟ ଆଣିଛନ୍ତି। ତେଣୁ ତାଙ୍କ ଅଜ୍ଞତାରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଗଲେ, ତାହା କପି ରାଇଟ୍ସର ନିୟମକୁ ଉଲ୍ଲଂଘନ କରିବ ବୋଲି ଆଶିଷ କହିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ସେ ଏହି ପୁସ୍ତକର ମୁଖବନ୍ଧ ଲେଖିବା ପାଇଁ କଙ୍ଗନାଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର କଙ୍ଗନା କୌଣସି ଉତ୍ତର ଦେଇନଥିଲେ।
‘ମଣିକର୍ଣ୍ଣିକା ରିଟର୍ଣ୍ଣସ୍’ ଆରମ୍ଭରୁ କେଁ
/sambad/media/post_attachments/wp-content/uploads/2021/01/‘Manikarnika-Returns.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)