ଏହି ଫିଲ୍ମର ସୁଟିଂ ସମୟରେ ନିଜ ପତ୍ନୀଙ୍କ ସହ କଥା ହେବା ଛାଡ଼ି ଦେଇଥିଲେ ମନୀଷ ପଲ

ମୁମ୍ବାଇ : ଲୋକପ୍ରିୟ ଟିଭି କଳାକାର ମନୀଷ ପଲ ଏବେ ଏକ ସର୍ଟ ଫିଲ୍ମରେ କାମ କରୁଛନ୍ତି । ଫିଲ୍ମର ନାଁ ରହିଛି ‘ବ୍ଲାକ୍‌ ବ୍ରିଫ୍‌କେସ’ । ତେବେ ଏହି ଫିଲ୍ମରେ  ମନୀଷଙ୍କର କୌଣସି ଡ଼ାଏଲଗ୍‌ ନାହିଁ । ସେ ଇଶାରାରେ ହିଁ କଥା କହୁଥିବାର ଏହି ଫିଲ୍ମରେ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ମନୀଷଙ୍କୁ ଏଭଳି ଚରିତ୍ର ମିଳିଥିବା ବେଳେ ଏହାକୁ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । ମନୀଷଙ୍କ କହିବା ଅନୁଯାୟୀ, ପ୍ରଥମେ ଏହି ଫିଲ୍ମରେ କିଛିଟା ଡ଼ାଏଲଗ୍‌ ଥିଲା । କିନ୍ତୁ ପରେ ଆମେ ଏହାକୁ ବଦଳାଇଦେଇଥିଲୁ ।

MensXP.com

ମନୀଷଙ୍କ କହିବା ଅନୁଯାୟୀ, ମୋତେ କଥା ହେବାକୁ ଭଲ ଲାଗେ । କିନ୍ତୁ ସୁଟିଂ ସମୟରେ ମୋ ସହ କେହି କଥା ହେବ ନାହିଁ ବୋଲି ମୁଁ ସମସ୍ତଙ୍କୁ ଜଣାଇଥିଲି ।  ଏହା ସହ ମୁଁ ମୋ ପତ୍ନୀଙ୍କ ସହ ମଧ୍ୟ କଥା ହେଉ ନଥିଲି । ଚରିତ୍ରକୁ ଜୀବନ୍ତ କରିବା ପାଇଁ ମୁଁ ଏପରି କରିବା ପାଇଁ ଭାବିଥିଲି । ମୋ ପତ୍ନୀ ମୋ ପରିସ୍ଥିତି ବୁଝିବା ସହ ମୋତେ ଫୋନ ନ କରି ମେସେଜରେ କଥା ହେଉଥିଲେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର