‘ମଞ୍ଜରୀ’ର ଲୋକପ୍ରିୟ ଧାରାବାହିକ ମୋ’ ଦେହେ ବୋଳିଦେ ତୋ’ ଦେହ କଳା

ମଞ୍ଜରୀରେ ପ୍ରସାରିତ ଲୋକପ୍ରିୟ ମେଗାଧାରାବାହିକ

ମନୋରଂଜନ ଚ୍ୟାନେଲ ‘ମଞ୍ଜରୀ’ରେ ପ୍ରସାରିତ ହେଉଛି ମେଗାଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’। କାହାଣୀର ନାୟିକା ଶ୍ରଦ୍ଧା ନିଜର ଗଭୀର ଆତ୍ମବିଶ୍ବାସ ସହ ଅସୀମ ଧୈର୍ଯ୍ୟର ପରୀକ୍ଷା ଦେଇଚାଳିଛନ୍ତି ପ୍ରତି ମୁହୂର୍ତ୍ତରେ। ଏଲୋରାଙ୍କର ଷଡ୍‌ଯନ୍ତ୍ର ସହ ବିଶ୍ବଙ୍କର ହୀନ ଚକ୍ରାନ୍ତରେ ଛନ୍ଦି ହେଇ, ହରେଇସାରିଛନ୍ତି ନିଜ ଜୀବନର ଅନେକ ସୁଖଦ ମୁହୂର୍ତ୍ତ। ନିଜ ହୃଦୟର ସ୍ପନ୍ଦନ ଶ୍ରୀମାନଙ୍କ ଭଲ ପାଇଁ, ଘର ପରିବାରଠାରୁ ନିଜ ପ୍ରକୃତ ପରିଚୟକୁ ଦୂରେଇ ରଖୁଛନ୍ତି। ପରିବାରର ଆତ୍ମ ସମ୍ମାନକୁ ଏଲୋରାଙ୍କଠାରୁ ବଞ୍ଚାଇବାକୁ ନିଜ ମୁହଁରେ ତାଙ୍କୁ କଳା ବୋଳିବାକୁ ପଡ଼ିଛି। ବୋଧହୁଏ ଏହା କାଳିଆ ଠାକୁରଙ୍କ ଇଚ୍ଛା। ସେ ଯେତେ ଚେଷ୍ଟା କଲେ ବି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରି ପାରୁନାହାଁନ୍ତି। ବାରମ୍ବାର ଜୀବନ ଯୁଦ୍ଧରେ ହାର ମାନିବାକୁ ପଡ଼ୁଛି। କିନ୍ତୁ କାଳିଆ ଠାକୁରଙ୍କ କୃପାରୁ ସେ ଥରକୁ ଥର ସାହସ ପାଉଛନ୍ତି। ଯେଉଁ ଏଲୋରା, ତାଙ୍କ ଶ୍ରୀମାନଙ୍କୁ ତାଙ୍କ ପାଖରୁ ଛଡ଼ାଇବାକୁ ଚେଷ୍ଟା କରିବା ସହ ପରିବାରର ସମସ୍ତଙ୍କୁ ଧୋକା ଦେଇଛନ୍ତି, ତାଙ୍କୁ ମଧ୍ୟ ସେ ନିଜ ହାତମୁଠାକୁ ଆଣିପାରିଛନ୍ତି। ସତରେ କ’ଣ ଏ ଜୀବନ ଯୁଦ୍ଧରେ ଶ୍ରଦ୍ଧା ଜିତିପାରିବେ? ତାଙ୍କ ନିଛକ ଭଲ ପାଇବାର ମୂଲ୍ୟ ତାଙ୍କୁ ମିଳିପାରିବ?

ଶ୍ରଦ୍ଧା ଭୂମିକାରେ ଶ୍ରଦ୍ଧା ପାଣିଗ୍ରାହୀ, ଅଭି ଭୂମିକାରେ ଜ୍ୟୋତି ପ୍ରକାଶ ପଣ୍ଡା, ଏଲୋରା ଭୂମିକାରେ ଅଭିପ୍ସା, ଲକ୍ଷ୍ମୀ ଭୂମିକାରେ ପ୍ରିୟମ୍ବଦା, ଉମାଶଙ୍କର ଭୂମିକାରେ ଭୂପତି ତ୍ରିପାଠୀ ଓ ବିଶ୍ୱ ଭୂମିକାରେ ଦୁଷ୍ମନ୍ତଙ୍କ ଭଳି ପରିଚିତ କଳାକାରଙ୍କ ନିଖୁଣ ଅଭିନୟ ପାଇଁ ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ଆଜି ସାରା ଓଡ଼ିଶାର ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛି। ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ରେ ସୋମବାରରୁ ଶନିବାର ସନ୍ଧ୍ୟା ୬.୩୦ରେ ପ୍ରସାରିତ ଏହି ମେଗା ଧାରାବାହିକ ଓଡ଼ିଆ ଟେଲିଭିଜନର ଦର୍ଶକମାନଙ୍କୁ ଏ ଭିତରେ ୪୦୦ରୁ ଅଧିକ ଅଧ୍ୟାୟ ଭେଟି ଦେଇ ସାରିଲାଣି।

ସମ୍ବନ୍ଧିତ ଖବର