ପ୍ରେମିକାଙ୍କ ଠାରୁ ଅଲଗା ହେବା ପରେ ଏଭଳି ଅବସ୍ଥାକୁ ଚାଲି ଯାଇଥିଲେ ଅଭିନେତା ବିକି କୌଶଲ, ନିଜେ କଲେ ଖୁଲାସା

ମୁମ୍ବାଇ : କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ମନମର୍ଜିଆଁ । ଯେଉଁଥିରେ ଏକ ଡ଼ିଜେ ଚରିତ୍ରରେ ନଜର ଆସିଥିଲେ ଅଭିନେତା ବିକି କୌଶଲ । ଏହି ଫିଲ୍ମରେ ତାଙ୍କ ଚରିତ୍ର ଅନ୍ୟ ଫିଲ୍ମରେ ଥିବା ଚରିତ୍ରଠାରୁ ଭିନ୍ନ ଥିବା ବେଳେ ଏହା ତାଙ୍କ ଅସଲ ଜୀବନ ସହ ଜଡ଼ିତ ଥିଲା ବୋଲି ସେ କହିଛନ୍ତି । ଫିଲ୍ମରେ ବିକିଙ୍କ ଉପରେ ପ୍ୟାରର ଭୂତ ସବାର ହୋଇଥିବା ବେଳେ ସେ ରୁମି(ତାପ୍‌ସୀ ପନ୍ନୁ)ନାମକ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିବା ଦେଖା ଯାଇଥିଲା । କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଦୂରତା ଆସିବା ସହ ବ୍ରେକ୍‌ଅପ୍‌ ହୋଇ ଯାଇଥିଲା । ଫିଲ୍ମର ଏହି କାହାଣୀ ଅସଲ ଜୀବନରେ ତାଙ୍କ ସହ ଘଟିଥିଲା ବୋଲି ବିକି ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିବା ଦେଖା ଯାଇଛି ।

jansatta.com

ଅସଲ ଜୀବନରେ ତାଙ୍କ ପ୍ରେମିକା ତାଙ୍କୁ ଛାଡ଼ି ଚାଲି ଯିବା ପରେ ସେ ସାୟର ପାଲଟି ଯାଇଥିଲେ । ନିଜକୁ ଏକା ରଖିବା ସହ ଦୁଃଖ ଭରା ଗୀତ ଶୁଣୁଥିଲେ । ସେ ସମୟରେ ସେ କ’ଣ କରିବେ ଜାଣି ପାରୁ ନଥିଲେ । କିଛି ଦିନ ପର୍ଯ୍ୟନ୍ତ ଏଭଳି ଅବସ୍ଥା ରହିଥିଲା । କିନ୍ତ ଧିରେ ଧିରେ ସବୁ ପୁଣି ଠିକ୍‌ ହୋଇ ଯାଇଥିଲା ବୋଲି ବିକି କହିଥିବା ଦେଖା ଯାଇଛି । ରାଜି,ସଞ୍ଜୁ ଏବଂ ମନମର୍ଜିଆଁ ଭଳି ଫିଲ୍ମ କରିଥିବା ବିକି ଏବେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ସମ୍ବନ୍ଧିତ ଖବର