ଲକ୍‌ଡାଉନରେ ଚର୍ଚ୍ଚିତ ହେଉଛି ମନୋଜ ବାଜପେୟୀଙ୍କ ଚଳଚ୍ଚିତ୍ର ‘୧୯୭୧’

ସମଗ୍ର ଦେଶରେ ଲକ୍‌ଡାଉନ ଯୋଗୁଁ ବଲିଉଡ୍ ଚଳଚ୍ଚିତ୍ର ‘୧୯୭୧’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଚଳଚ୍ଚିତ୍ରଟି ୨୦୦୭ରେ ମୁକ୍ତିଲାଭ କରିଥିଲା। ଏଥିରେ ମନୋଜ ବାଜପେୟୀ, ରବି କିଶନ, ଦୀପକ ଡୋବରିୟାଲ, କୁମୁଦ ମିଶ୍ର, ପିୟୁଷ ମିଶ୍ର, ମାନବ କୌଲଙ୍କ ପରି କଳାକାର ଅଭିନୟ କରିଥିଲେ। ତେବେ ୧୩ ବର୍ଷ ତଳର ଏହି ଚଳଚ୍ଚିତ୍ର ଏବେ ପୁନଃ ଲୋକପ୍ରିୟ ହୋଇଛି। ୟୁ-ଟ୍ୟୁବରେ ଏହାକୁ ଅପଲୋଡ କରାଯିବାର ଦୁଇ ସପ୍ତାହ ମଧ୍ୟରେ ଏହି ଚଳଚ୍ଚିତ୍ରଟିକୁ ୧.୫ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହ ସୋସିଆଲ ମିଡିଆରେ ମଧ୍ୟ ଏହାର ଭୁରି ପ୍ରଶଂସା କରାଯାଉଛି। ଲକ୍‌ଡାଉନରେ ମନୋଜ ବାଜପେୟୀଙ୍କ ଚଳଚ୍ଚିତ୍ର ୧୯୭୧ ଦେଖିବା ପାଇଁ କେତେକ ଦର୍ଶକ ସୋସିଆଲ ମିଡିଆରେ ଇଚ୍ଛା ପ୍ରକାଶ କରିଥିଲେ। ଦର୍ଶକଙ୍କ ଏହି ଅନୁରୋଧ ରକ୍ଷା ପୂର୍ବକ ଚଳଚ୍ଚିତ୍ର ନିର୍ମାତା ଅମୃତ ସାଗର ନିଜ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ଏହି ଭିଡିଓ ଅପଲୋଡ କରିଥିଲେ। ଅପଲୋଡ ପରେ ଫିଲ୍ମଟିକୁ ବହୁତ ଦର୍ଶକ ପସନ୍ଦ କରିବା ସହ ଦେଖିସାରିଲେଣି।

ସମ୍ବନ୍ଧିତ ଖବର