ଅଭିନେତା ମନୋଜ ବାଜପେୟୀ, ଅଭିନେତ୍ରୀ ନୀନା ଗୁପ୍ତା ଓ ସାକ୍ଷୀ ତନୱାର ଆଗକୁ ଏକ ରହସ୍ୟାତ୍ମକ ଚଳଚ୍ଚିତ୍ର ‘ଡାଏଲ୍ ୧୦୦’ରେ ନଜର ଆସିବେ। ଏନେଇ ନିଜେ ମନୋଜ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୋ ଆଗାମୀ ଥ୍ରିଲର୍ ଡ୍ରାମା ‘ଡାଏଲ୍ ୧୦୦’ ବିଷୟରେ ଘୋଷଣା କରିବାକୁ ମୁଁ ବହୁତ ଉତ୍ସାହିତ। ଏଥିରେ ମୋ ସହ ଅଭିନେତ୍ରୀ ନୀନା ଗୁପ୍ତା ଓ ସାକ୍ଷୀ ବି ରହିବେ। ଏହି ଡ୍ରାମା ଏକ ରହସ୍ୟମୟ କାହାଣୀରେ ଭରପୂର। ମୁଁ ତ’ ଏହି କାହାଣୀର ପ୍ରେମରେ ପଡ଼ିଯାଇଛି। ଏହାର ଯାତ୍ରା ଆରମ୍ଭ କରିବାକୁ ଆଉ ଅପେକ୍ଷା କରି ହେଉ ନାହିଁ ବୋଲି ସେ ଲେଖିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ରେନ୍ସିଲ୍ ଡି ସିଲ୍ଭା। ମନୋଜ ଶେଷଥର ପାଇଁ ‘ସୂରଜ ପେ ମଙ୍ଗଲ ଭାରି’ ଚଳଚ୍ଚିତ୍ରରେ ନଜର ଆସିଥିଲେ।
‘ଡାଏଲ୍ ୧୦୦’ରେ ମନୋଜ, ନୀନା ଓ ସାକ୍ଷୀ
/sambad/media/post_attachments/wp-content/uploads/2020/12/fh654465654fhfhfhfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)