ବର୍ଷା ପଟ୍ଟନାୟକ ଓ ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ସମସ୍ତ ସୁଟିଂ ଶେଷ ହୋଇଛି। ଏହାର ପୋଷ୍ଟ ପ୍ରଡକସନ୍ କାମ ଚାଲିଛି। ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସନୋଜ କୁମାର, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ୱୀପନ୍ୱିତ ଦାଶ ମହାପାତ୍ର, ଭୂମିକା ଦାଶ, ସୂର୍ଯ୍ୟମୟୀ ମହାପାତ୍ର, ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ସୋମା ହୋତା, ଭକ୍ତି ଦାସ, ପିହୁ ମହାପାତ୍ର ଓ ମିଷ୍ଟର ରାଉତ ପ୍ରମୁଖ ଅଭିନୟ କରିଛନ୍ତି। ଦୀପକ କୁମାର ଏହାର ସିନେମାଟୋଗ୍ରାଫର ଓ ରଶ୍ମିରଞ୍ଜନ ଦାଶ ଏଡିଟର। ସାଉଣ୍ଡ ଡିଜାଇନିଂରେ ଅଛନ୍ତି ଶକ୍ତିସ୍ୱରୂପ ଦ୍ବିବେଦୀ ଓ ସିଙ୍କ୍ ସାଉଣ୍ଡରେ ଚନ୍ଦ୍ରଶେଖର ଶର୍ମା। ‘ମନ୍ତ୍ରମୁଗ୍ଧ’ର କାହାଣୀ ଅନୁପମ ପଟ୍ଟନାୟକ ଓ ରୋଶନ୍ ବିଶୋୟୀ ରଚନା କରିଥିବା ବେଳେ ଚିତ୍ରନାଟ୍ୟ ସଜାଇଛନ୍ତି ରୋହିତ ଗେହଲଟ ଓ ଅନୁପମ ପଟ୍ଟନାୟକ। ପ୍ରଣବ ରଥ ସଂଳାପ ରଚନା କରିଛନ୍ତି। ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାର ଦାୟିତ୍ୱ ନିର୍ବାହ କରିଛନ୍ତି ନିଶାନ୍ତ ମଜିଠିଆ। ଆଶିଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟରାଜ ପ୍ରଧାନ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
‘ମନ୍ତ୍ରମୁଗ୍ଧ’ର ସୁଟିଂ ଶେଷ
ବର୍ଷା ପଟ୍ଟନାୟକ ଓ ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ସମସ୍ତ ସୁଟିଂ ଶେଷ ହୋଇଛି। ଏହାର ପୋଷ୍ଟ ପ୍ରଡକସନ୍ କାମ ଚାଲିଛି। ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସନୋଜ କୁମାର, ମନ୍ମୟ ଦେ....
/sambad/media/media_files/2025/09/26/jdgdjggjgjgj-2025-09-26-23-41-43.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)