ଏବେ ମଣ୍ଟୁଙ୍କୁ ଖୁବ୍ ଶୀଘ୍ର ଦର୍ଶକ ପୁଣି ଏକ ନୂଆ ସିନେମାରେ ଦେଖିବାକୁ ପାଇବେ। ରାସେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଦେବକନ୍ୟା’ରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ମଣ୍ଟୁ। ଏହି ଛବିଟି କିନ୍ତୁ ତାଙ୍କ ହାତକୁ ଘଟଣାଚକ୍ରରେ ଆସିଛି। କାରଣ ନାୟକ ଭୂମିକା ଲାଗି ସେ ପ୍ରଯୋଜକଙ୍କର ପ୍ରଥମ ପସନ୍ଦ ନଥିଲେ। ଫିଲ୍ମର ପ୍ରଯୋଜକ ଭାର୍ଗବ ତ୍ରିପାଠୀ ତାଙ୍କର ପୂର୍ବ ସିନେମା ‘ତୁ ମୋ କମ୍ଜୋରୀ’ର ନାୟକ ରାକେଶଙ୍କୁ ନେବାକୁ ଚାହୁଥିଲେ। କିନ୍ତୁ ସେ ସମୟ ଦେଇ ନପାରିବାରୁ ମଣ୍ଟୁ ହାତକୁ ଆସିଲା ‘ଦେବକନ୍ୟା’। ରାକେଶ କହନ୍ତି, ‘‘ହଁ ‘ଦେବକନ୍ୟା’ରେ ନାୟକ ଭୂମିକା ଲାଗି ମୋତେ ଅଫର୍ ଦିଆଯାଇଥିଲା, ଆଉ ମୁଁ କାହାଣୀ ଜାଣିବା ପରେ ଉତ୍ସାହିତ ଥିଲି। ମାତ୍ର ବ୍ୟସ୍ତତା ହେତୁ ଫିଲ୍ମଟି କରିପାରି ନଥିଲି। ମୁଁ ମୋ ସ୍ଥାନ ନେଇଥିବା ମଣ୍ଟୁଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ଫିଲ୍ମର ସଫଳତା କାମନା କରୁଛି। ’’ଏଥିରେ ମଣ୍ଟୁଙ୍କ ବ୍ୟତୀତ ସୁଶ୍ରୀ, ନୂତନ, ଅଶ୍ରୁମୋଚନ, କୁନା ତ୍ରିପାଠୀ, ରବି ମିଶ୍ର ଓ କେଦାର ମିଶ୍ର ପ୍ରମୁଖ ନଜର ଆସିବେ।
‘ତୁ ମୋ ଆରମ୍ଭ ତୁ ମୋ ଶେଷ’, ‘କ୍ରିଷ୍ଣା ଗୋବିନ୍ଦା’, ‘ନୂଆ ନୂଆ ପ୍ରେମରେ’, ‘ମାଟ୍ରିକ୍ ଫେଲ୍’, ‘କାବୁଲା ବାରବୁଲା’, ‘ଦେଖା ହେଲା ପ୍ରେମ ହେଲା’, ‘ରୁଦ୍ରାଣୀ’, ‘ସୁପର୍ବୟ’, ‘କାଇଁଚମାଳି’, ‘ଶାନ୍ତି ଆପାର୍ଟମେଣ୍ଟ୍’ ଓ ‘ରଙ୍ଗଶୁର’ ଆଦି ଓଡ଼ିଆ ଛବିରେ କେତେବେଳେ ନାୟକ ତ ପୁଣି କେବେ ସହନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇଛନ୍ତି ଶୁଭାଶିଷ ଓରଫ ମଣ୍ଟୁଙ୍କୁ।