ବଡ଼ ପରଦାରେ ଛୋଟ ପରଦାର ଏହି ଚର୍ଚ୍ଚିତ ଯୋଡ଼ି

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ଲିପସା ଜଣେ ନାୟକଙ୍କ ସହ ପ୍ରଥମ ଥର ଲାଗି ବଡ଼ ପରଦାରେ ଆସୁଛନ୍ତି। ଆଗରୁ ଏହି ନାୟକଙ୍କ ସହ ସେ ଛୋଟ ପରଦାରେ ନଜର ଆସିଛନ୍ତି। ଏହି ନାୟକଜଣକ ହେଲେ ମଣ୍ଟୁ ଓରଫ ଶୁଭାଶିଷ। ଏଠାରେ ଯେଉଁ ନୂଆ ଓଡ଼ିଆ ସିନେମାର କଥା କୁହାଯାଉଛି, ତାହା ହେଲା ‘ଲଭ୍ ଓ୍ବାର୍’। ଏଥିରେ ଲିପ୍ସା ଅଛନ୍ତି ମଣ୍ଟୁଙ୍କ ନାୟିକା ଭୂମିକାରେ। ଏହାଛଡ଼ା ପ୍ରକାଶ ଜେନା ବି ଅଛନ୍ତି ମୁଖ୍ୟ ଭୂମିକାରେ। ବିଶ୍ବରଂଜନ ମହାନ୍ତି ଏହାର ନିର୍ଦ୍ଦେଶକ। ସୂଚନାଯୋଗ୍ୟ ଦର୍ଶକ ମଣ୍ଟୁ-ଲିପସା ଯୋଡ଼ିକୁ ମେଗା ଧାରାବାହିକ ‘ହେ ପ୍ରଭୁ’ରେ ବେଶ୍ ପସନ୍ଦ କରିଛନ୍ତି।


ଉଲ୍ଲେଖଯୋଗ୍ୟ, ମଣ୍ଟୁ ‘ତୁ ମୋ’ ଆରମ୍ଭ ତୁ ମୋ’ ଶେଷ’ ଜରିଆରେ ନାୟକ ଭାବେ ଓଲିଉଡରେ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତାପରେ କ୍ରିଷ୍ଣା ଗୋବିନ୍ଦା, ନୂଆ ନୂଆ ପ୍ରେମରେ, ମାଟ୍ରିକ୍ ଫେଲ୍’ କାବୁଲା ବାରବୁଲା, ଦେଖା ହେଲା ପ୍ରେମ ହେଲା’ ଓ ‘ସୁପରବୟ’ ଆଦି ସମେତ ବେଶ୍ କେତୋଟି ଫିଲ୍ମରେ ମଧ୍ୟ ମଣ୍ଟୁ ଅଭିନୟ କରିଛନ୍ତି। ଆଗରୁ ମଣ୍ଟୁ ଅପା, ସ୍ବାଭିମାନ, ଦୁର୍ଗା ଆଦି ମେଗା ଧାରାବାହିକରେ ନାୟକ ଭୂମିକାରେ ନଜର ଆସିଛନ୍ତି।
ଏଣେ ସଞ୍ଜୟ ନାୟକଙ୍କ ନିର୍ଦେଶିତ ଫିଲ୍ମ ‘ଜୋକର୍’ ଜରିଆରେ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ ଲିପସା ମିଶ୍ର। ଏଥିରେ ପପୁ ପମପମ ଥିଲେ ନାୟକ ଭୂମିକାରେ। ହେଲେ ‘ଜୋକର୍’ ଏଯାଏଁ ମୁକ୍ତିଲାଭ କରିନାହିଁ। କିନ୍ତୁ ସେ ଅଟକି ନାହାନ୍ତି। ଏହାପରେ ତାଙ୍କୁ ‘ପିଲାଟି ବିଗିଡ଼ିଗଲା’ ଓ ‘ଚାଲ୍ ଟିକେ ପ୍ରେମ କରିବା’ ସିନେମା ସମେତ ‘କିଛି ଲୁହ ପିଇ ଯାଏ ଓଠ, ତୋ ଅଗଣାର ତୁଳସୀ ମୁଁ ଆଦି ମେଗା ଧାରାବାହିକରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର