ୟଶ୍‌ରାଜ ଫିଲ୍ମସ୍ ନିବେଦିତ ଏବଂ ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲାର ଅଭିନୀତ ଚଳଚ୍ଚିତ୍ର ‘ପୃଥ୍ୱୀରାଜ’ ୨୦୨୨ ସାଧାରଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବ। ଏଥିରେ ସଞ୍ଜୟ ଦତ୍ତ ଓ ସୋନୁ ସୁଦଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ମାନୁଷୀ ଐତିହାସିକ କାହାଣୀ ଆଧାରିତ ଚଳଚ୍ଚିତ୍ର ‘ପୃଥ୍ୱୀରାଜ’ରେ ପୃଥ୍ୱୀରାଜଙ୍କ ପ୍ରେମିକା ‘ସଂଯୁକ୍ତା’ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଏହା ବ୍ୟତୀତ ଅଜୟ ଦେବଗନଙ୍କ ସହ ମାନୁଷୀ ମଧ୍ୟ ଏକ ବିଗ୍ ବଜେଟ୍ ସିନେମାରେ ଆସୁଛନ୍ତି ଯାହାର ଶୀର୍ଷକ ଏଯାଏ ଘୋଷଣା ‌ହୋଇନାହିଁ।

Advertisment

୨୯୧୭ ମସିହାର ‘ବିଶ୍ୱ ସୁନ୍ଦରୀ’ ମାନୁଷୀ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର୍ ପୁରସ୍କାର ମଧ୍ୟ ପାଇଛନ୍ତି। ନିକଟରେ ମାନୁଷୀଙ୍କୁ ଆଉ ଏକ ଚଳଚ୍ଚିତ୍ରରେ ମଧ୍ୟ ସୁଯୋଗ ମିଳିଛି ଯାହାର ଶୀର୍ଷକ ରହିଛି ‘ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି’। ଏକ ନାମକରା ଗଣମାଧ୍ୟମ ମାନୁଷୀଙ୍କ ‘ଭାରତର ଶ୍ରେଷ୍ଠ ଆକାଂକ୍ଷିତ ମହିଳା’ ଏବଂ ପେଟା ତରଫରୁ ଭାରତର ‘ସବୁଠୁ ଆକର୍ଷଣୀୟା ଶାକାହାରୀ ବ୍ୟକ୍ତିତ୍ବ’ ଭାବେ ପୁରସ୍କୃତ କରାଯାଇଛି।