ମୁମ୍ବାଇ : ମିସ୍ ଇଣ୍ଡିଆ-୨୦୧୭ର ତାଜ୍ ଜିତିବା ପରେ ମାନୁଷୀ ଚିଲରଙ୍କ ବଲିଉଡ୍ରେ ପ୍ରବେଶକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । ଅନେକ ଥର ମାନୁଷୀ ମଧ୍ୟ ବଲିଉଡ୍ ଅଭିନେତା ଆମୀର ଖାନ୍ଙ୍କ ସହ ଅଭିନୟ କରିବରେ ଇଚ୍ଛା ଜାହିର କରି ସାରିଛନ୍ତି । କିନ୍ତୁ ଏବେ ମିଳିଥିବା ସୂଚନା ମୁତାବକ, ଆମୀର ଖାନ୍ ନୁହନ୍ତି ବରଂ ଖିଲାଡୀ ଅକ୍ଷୟ କୁମାରଙ୍କ ସହ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ମାନୁଷୀ । ଦୁହେଁ ପୃଥ୍ଵୀରାଜ ଚୌହାନଙ୍କ ବାୟୋପିକ୍ରେ ସ୍କ୍ରିନ୍ ସେୟାର କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ୟଶରାଜ ଫିଲ୍ମସ୍ ଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେବେ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ । ଫିଲ୍ମରେ ସଂଯୁକ୍ତା ଚରିତ୍ରରେ ମାନୁଷୀ ନଜର ଆସିବେ ବୋଲି ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/05/mania5-1557218516-300x225.jpg)
କିଛି ଦିନ ତଳେ ମାନୁଷୀ ଅଭିନେତା ରଣବୀର ସିଂହ ଏବଂ ଫରହାନ୍ ଅଖ୍ତରଙ୍କ ସହ ଫିଲ୍ମ କରି ବଲିଉଡ୍ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ଖବରଟି କେବଳ ଏକ ଗୁଜବ ବୋଲି ପ୍ରମାଣ ହୋଇଥିଲା ।