ମୋର ଏବେ ବଲିଉଡ଼ରେ କାମ କରିବାର କୌଣସି ଯୋଜନା ନାହିଁ : ମାନୁଷୀ ଚିଲ୍ଲର

ମୁମ୍ବାଇ:    ବିଶ୍ୱ ସୁନ୍ଦରୀ ମାନୁଷୀ ଚିଲ୍ଲରଙ୍କ ସହ ଫିଲ୍ମ କରିବା ପାଇଁ ବଲିଉଡର କଳାକାରମାନଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଧାଡ଼ି ଲାଗିଲାଣି । ଏହି ବିଷୟରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ‘ମୋର ଏବେ ବଲିଉଡରେ କାମ କରିବାର କୌଣସି ଯୋଜନା ନାହିଁ’ ବୋଲି ସେ ଉତ୍ତର ରଖିଛନ୍ତି। କିନ୍ତୁ ଯଦି ସେ ଭବିଷ୍ୟତରେ ଫିଲ୍ମ କରନ୍ତି ତେବେ ଆମୀର୍‌ ଖାନ୍‌ଙ୍କ ସହ କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । କାରଣ ତାଙ୍କ ଫିଲ୍ମକୁ ଲୋକମାନେ ଅଧିକ ପସନ୍ଦ କରିବା ସହିତ ଫିଲ୍ମର କାହାଣୀ ବହୁତ ଭଲ ଥାଏ ବୋଲି ମାନୁଷୀ କହିଥିଲେ । ବିଶ୍ୱ ସୁନ୍ଦରୀ ମୁକୁଟ ଜିତିବା ପରେ ତାଙ୍କୁ ମୁମ୍ବାଇରେ ଭବ୍ୟ ସମ୍ବର୍ଦ୍ଦନା ଦିଆଯିବା ସହ ଦିଲ୍ଲୀରେ ତାଙ୍କ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ରଖାଯାଇଥିଲା । ମାନୁଷୀ ଡାକ୍ତରୀ ଛାତ୍ରୀ ଥିବା ସମୟରେ ମେନ୍‌ଷ୍ଟ୍ରୁଆଲ୍ ହାଇଜିନ୍‌ ପାଇଁ ଲୋକମାନଙ୍କୁ ସଚେତନ କରାଇବା ଆରମ୍ଭ କରିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଏହି ସମ୍ଭନ୍ଧୀୟ ପ୍ରଶ୍ନ ପଚରା ଯିବାରୁ ସେ କହିଥିଲେ “ମୁଁ ମେନ୍‌ଷ୍ଟ୍ରୁଆଲ୍ ହାଇଜିନ୍‌ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ମିସ୍‌ ଓ୍ଵାର୍ଲଡ ପ୍ଲାଟ୍‌ଫର୍ମକୁ ବ୍ୟବହାର କରିବି । ମୋର ଏହି ମେନ୍‌ଷ୍ଟ୍ରୁଆଲ୍ ହାଇଜିନ୍‌ ପ୍ରୋଜେକ୍ଟ ଝିଅମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ବଢ଼ାଇବ । ମୋର ଆତ୍ମବିଶ୍ୱାସ ବଢ଼ାଇବାରେ ମୋ ମାଙ୍କର ସବୁଠୁ ବଡ଼ ହାତ ରିହିଛି । ସେ ଯେଉଁଭଳି ଭାବରେ ପରିସ୍ଥିତିକୁ ସମ୍ଭାଳନ୍ତି ତାଙ୍କୁ ଦେଖି ମୁଁ ଅନୁପ୍ରାଣିତ ହୋଇଛି । ତାଙ୍କ ବିଶ୍ୱାସ ହିଁ ମୋ ଅତ୍ମବିଶ୍ୱାସକୁ ବଢ଼ାଇଛ’’

ମାନୁଷୀଙ୍କୁ ନଭେମ୍ବର ୧୮,୨୦୧୭ ରେ ଚୀନରେ ହୋଇଥିବା ମିସ୍‌ ଓ୍ଵାର୍ଲଡ ପ୍ରତିଯୋଗିତାରେ ମିସ୍‌ ଓ୍ଵାର୍ଲଡ ମୁକଟ ପିନ୍ଧା ଯାଇଥିଲା।

ସମ୍ବନ୍ଧିତ ଖବର