ପତ୍ନୀ ମାନ୍ୟତା ଶୁଣାଇଥିଲେ ସଂଜୟ ଦତ୍ତଙ୍କ ତିନିଟି ଗୁମର କଥା

 

ମୁମ୍ବାଇ : ସଂଜୟ ଦତ୍ତଙ୍କ ବାୟୋପିକ୍‌ ସିନେମା ‘ସଂଜୁ’ ଆଉ କିଛିଦିନ ବ୍ୟବଧାନ ପରେ ପରଦାକୁ ଆସିବ। ଏହି ଫିଲ୍ମରେ ରଣବୀର କପୁର ଅଛନ୍ତି ସଂଜୟ ଦତ୍ତ ଭୂମିକାରେ।

ହେଲେ ଏହି ସିନେମା ତିଆରି କରିବା କଥା କୋଉଠୁ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ମୁଣ୍ଡକୁ ଢ଼ୁକିଲା ଜାଣନ୍ତି କି? ଏ ସମ୍ପର୍କରେ ଅଭିନେତା ସଂଜୟ ଦତ୍ତ ଏବେ ଖୁଲାସ କରିଛନ୍ତି।

ସଂଜୟ ସତ୍ତ କହିଛନ୍ତି ଯେ, ସେ ଜେଲ୍‌ରେ ଥିବା ବେଳେ ପତ୍ନୀ ମାନ୍ୟତାଙ୍କୁ ଭେଟିଥିଲେ। ଯେହେତୁ ସଂଜୁ ଓ ରାଜୁ ଦୁହେଁ ଘନିଷ୍ଠ ବନ୍ଧୁଥିଲେ, ଏଣୁ ରାଜକୁମାର ହିରାନୀ ଘରକୁ ଆସିଥିଲେ।

ରାଜ କୁମାର ହିରାନୀଙ୍କ ସହିତ କଥା ହେବା ବେଳେ ମାନ୍ୟତା ତାଙ୍କୁ ସଂଜୟ ଦତ୍ତଙ୍କର କେତୋଟି ଗୁମର କଥା ବଖାଣିଥିଲେ। ସେହି କଥା ଶୁଣି ନିର୍ଦ୍ଦେଶକ ହିରାନୀ ଯେତିକି ରୋମାଞ୍ଚିତ ହୋଇଥିଲେ, ଠିକ୍‌ ସେତିକି ଉତ୍ସାହିତ ମଧ୍ୟ ହୋଇଥିଲେ। ସେହି ମୁହୂର୍ତ୍ତରେ ହିଁ ନିର୍ଦ୍ଦେଶକ ରାଜକୁମାର ହିରାନୀ ସଂଜୟ ଦତ୍ତଙ୍କ ଜୀବନୀ ଉପରେ ସିନେମା କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ସେ ମାନ୍ୟତାଙ୍କଠାରୁ ଆହୁରି କେତେକ କଥା ମଧ୍ୟ ଜାଣିଥିଲେ। ଅବଶ୍ୟ ସଂଜୁ ବାବା ଜେଲରୁ ଫେରିବା ପରେ କାହାଣୀକୁ ଅନ୍ତିମ ରୂପ ଦିଆଯାଇଥିଲା।

ସଂଜୟ ଦତ୍ତ କହିଛନ୍ତି ଯେ, ତାଙ୍କ ଜୀବନୀ ଉପରେ ଆଧାରିତ ସିନେମା ନିର୍ମାଣ କରିବା ପାଇଁ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଠାରୁ ଆଉ କେହି ଉପଯୁକ୍ତ ଲୋକନାହାଁନ୍ତି। ସେ ଆଶାବାଦୀ ଯେ ‘ସଂଜୁ’କୁ ଦର୍ଶକ ପସନ୍ଦ କରିବେ।

ସମ୍ବନ୍ଧିତ ଖବର