ମୁମ୍ବାଇ:  ପ୍ରସିଦ୍ଧ ମରାଠୀ ଅଭିନେତ୍ରୀ ଆଶାଲାତା ୱାବ୍‌ଗାଓଁକର୍‌ଙ୍କର କରୋନାରେ ଆଜି ଦେହାନ୍ତ ହୋଇଯାଇଛି। ତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ସେପ୍ଟେମ୍ବର ୧୭ରୁ ମହାରାଷ୍ଟ୍ରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ସୋମବାର ସନ୍ଧ୍ୟାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଭେଣ୍ଟିଲେଟର୍‌‌ରେ ରଖାଯାଇଥିଲା। ଆଶାଲତା ତାଙ୍କର ଗୋଟିଏ ଫିଲ୍ମର ସୁଟିଂ ପାଇଁ ସତାରା ଯାଇଥିଲେ। ସେହି ସମୟରେ ତାଙ୍କ ଦେହରେ କରୋନାର ଲକ୍ଷଣ ଦେଖାଯିବାରୁ ତାଙ୍କର ପରୀକ୍ଷା କରାଯାଇଥିଲା। ସେଥିରୁ ସେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ।

Advertisment

ସୂଚନାଯୋଗ୍ୟ, ଆଶାଲତା ଅନେକ ଲୋକପ୍ରିୟ ହିଟ୍ ମରାଠୀ ସହ ବଲିଉଡ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି। ‘ଜଞ୍ଜିର’ରେ ଅମିତାଭ ବଚ୍ଚନଙ୍କ ମା’ ଭୂମିକା ନିଭାଇଥିବା ଆଶା ‘ଅପନେ ପାରାଏ’, ‘ଅଙ୍କୁଶ’, ‘ଖୁନ୍‌ କା କର୍ଜ’, ‘ଘାୟଲ’, ‘ବନ୍ଦ ଦରୱାଜା’, ‘ଜଞ୍ଜିର’, ‘ଚଲତେ ଚଲତେ’, ‘ଉଧାର କା ସିନ୍ଦୁର’, ‘କୁଲି’ ଓ ‘ମହାଦେବ’ ଭଳି ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ଥିଏଟର୍‌ ଏବଂ ନାଟକରେ ମଧ୍ୟ ତାଙ୍କର ଅଭିନୟ ରୁଚି ଥିଲା।