ରିଲିଜ ହେଲା ‘ମରଜାୱାଁ’ର ପ୍ରଥମ ଟ୍ରେଲର୍

ମୁମ୍ବାଇ: ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ‘ମରଜାୱାଁ’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଟ୍ରେଲରରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଜବରଦସ୍ତ ଆକ୍ସନ ଅବତାର ଦେଖିବାକୁ ମିଳିଛି । ସିନେମାରେ ସିଦ୍ଧାର୍ଥଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ତାରା ସତାରିଆଙ୍କୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ରୋମାନ୍ସ କରିବେ ।

ଦୁହିଁଙ୍କୁ ନେଇ ଏକ ଆକର୍ଷଣୀୟ ପ୍ରେମ କାହାଣୀକୁ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ଆଉ ଏମାନଙ୍କ ପ୍ରେମ କାହାଣୀରେ ଭିଲେନ୍ ସାଜିବେ ଅଭିନେତା ରିତେଶ ଦେଶମୁଖ । ଯିଏ କି ଏହି ଫିଲ୍ମରେ ଜଣେ ବାମନ ଚରିତ୍ରରେ ନଜର ଆସିବେ । ରିଲିଜ୍ ହୋଇଥିବା ୩ ମିନିଟର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ଆକ୍ସନ୍, ରୋମାନ୍ସ ଓ କଳାକାରଙ୍କ ଜବରଦସ୍ତ ଡାଏଲଗ୍ ।

ଟିସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ୍ ଜାଭେରି । ଫିଲ୍ମରେ ରକୁଲ୍ପ୍ରୀତ ସିଂ, ସାଦ୍ ରାନ୍ଧୱା, ରବି କିଶନ୍, ଭରିନ୍ଦର୍ ସିଂ ଘୁମାନ୍ଆ ଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ର ‘ମରଜାୱାଁ’ ୮ ନଭେମ୍ବରରେ ମୁକ୍ତିଲାଭ କରିବ |

ସମ୍ବନ୍ଧିତ ଖବର