ଧୁମ୍‌ଧାମ୍‌ରେ ଏ ଆର୍‌ ରହେମାନଙ୍କ ଝିଅ ଖାତିଜାଙ୍କ ବିବାହ ଉତ୍ସବ ‌ସମ୍ପନ୍ନ

ବଲିଉଡର ଜଣାଶୁଣା ସଂଗୀତଜ୍ଞ ତଥା ଗାୟକ ଏ ଆର୍ ରହେମାନଙ୍କ ଝିଅ ଖାତିଜା ନିକଟରେ ହାତକୁ ଦି’ ହାତ ହୋଇଛନ୍ତି। ଚେନ୍ନାଇରେ ଧୁମ୍‌ଧାମ୍‌ରେ ବିବାହ ଉତ୍ସବ ‌ସମ୍ପନ୍ନ ହୋଇଛି। ଗାୟକ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଝିଅ ବାହାଘରର ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ପ୍ରଶଂସକମାନେ ନବ ଦମ୍ପତି ଏବଂ ଏ ଆର୍ ରହେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖାତିଜାଙ୍କ ବିବାହ ବେଳର ଫଟୋ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକ ଏବଂ ସେଲିବ୍ରେଟିମାନେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆଦୌ କାର୍ପଣ୍ୟ କରିନାହାନ୍ତି। ହେଲେ ଜ୍ବାଇଁ କିଏ ଜାଣିବା ପାଇଁ ସମସ୍ତେ ଉତ୍ସୁକ।

ଆର୍ ରହମାନ ନିଜ ଇନଷ୍ଟାଗ୍ରାମରେ ବିବାହର ପାରିବାରିକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଝିଅ ଏବଂ ଜ୍ୱାଇଁଙ୍କ ସହିତ ତାଙ୍କ ଦୁଇ ପିଲା ଅମ୍ମାନ ଏବଂ ରହିମା ମଧ୍ୟ ଅଛନ୍ତି। ଜ୍ବାଇଁ ଅର୍ଥାତ୍‌ ଖାତିଜା ରିୟାସଦିନ ରିୟାନଙ୍କୁ ବିବାହ କରିଛନ୍ତି। ସେ ବୃତ୍ତିରେ ଜଣେ ଅଡିଓ ଇଞ୍ଜିନିୟର। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ଖାତିଜାଙ୍କୁ ହିଜାବରେ ଦେଖିବାକୁ ମିଳିଥିବାବେଳେ ରିୟାସଦିନ ରିୟାନ୍ ଏକ ଧଳା ଶେରୱାନି ପିନ୍ଧିଛନ୍ତି। ଉଭୟ ଏକାଠି ଟ୍ୟୁନିଂ କରୁଥିବା ଦେଖାଯାଏ। ଜଣାଶୁଣା ଗାୟକ ଶ୍ରେୟା ଘୋଷାଲ ଗାୟକଙ୍କ ଏହି ପାରିବାରିକ ଫଟୋ ଉପରେ ମନ୍ତବ୍ୟ ଦେଇ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡର ନିର୍ମାତା ବୋନି କପୁର ମଧ୍ୟ ଖାତିଜାଙ୍କୁ ତାଙ୍କ ନୂଆ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ପ୍ରଶଂସକଙ୍କ ମନ୍ତବ୍ୟ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧିତ ଖବର