ମୁମ୍ବାଇ: ଏହି କିଛି ମାସ ମଧ୍ୟରେ ଅନେକ ବଲିଉଡ୍ କଳାକାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ତ ପୁଣି କାହାର ନିର୍ବନ୍ଧ ସରିଛି। ସେମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଯୋଡ଼ି ପାଲଟିଛନ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା। ବିରୁଷ୍କାଙ୍କ ପୂର୍ବରୁ ଅଭିନେତ୍ରୀ ହେଜଲ୍ଙ୍କୁ ବିବାହ କରିଥିଲେ ଯୁବରାଜ ସିଂହ। କଳାକାରମାନଙ୍କ ମଧ୍ୟରେ ଅନ୍ୟ ଯେଉଁମାନେ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସେମାନଙ୍କ ବିଷୟରେ ନିମ୍ନରେ ଉଲ୍ଳେଖ କରାଯାଇଛି।
ଅଭିନେତ୍ରୀ ଇଲିୟାନା ଡିକ୍ରୁଜ୍ ବିବାହ କରିଛନ୍ତି ତାଙ୍କର ଦୀର୍ଘ ଦିନର ପ୍ରେମିକଙ୍କୁ। ନିକଟରେ କିଛି ଦିନ ତଳେ ଠିକ୍ ବିରାଟ-ଅନୁଷ୍କାଙ୍କ ବିବାହ ପରେ ରଣବୀର ଓ ଦୀପିକା ନିର୍ବଦ୍ଧ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ଏପଟେଠ ଅନୀଲ କପୁରଙ୍କ ସୁକନ୍ୟା ସୋନମ କପୁର ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଖବର ମିଳିଛି। ଶୁଣିବାକୁ ମିଳିଛି ଅଭିନେତା ଟଇଗର୍ ସରଫ୍ ଏବଂ ଅଭିନେତ୍ରୀ ଦିଶା ପଟାନି ଗୋପନରେ ବିବାହ କରିଛନ୍ତି।