ବିବାହପରେ ବି ଏହି ନାୟିକାଙ୍କ କ୍ରେଜ୍‌ କମି ନାହିଁ !

ମୁମ୍ବାଇ: ବଲିଉଡ୍‌ର କେତେକ ନାୟିକା ବିବାହପରେ ବି ବେଶ ସଫଳତା ପାଇଛନ୍ତି। ଏମାନଙ୍କ ଭିରେ ଅଛନ୍ତି ସୁପର ଟ୍ୟାଲେଣ୍ଟେଡ୍‌ ଆକ୍ଟ୍ରେସ୍‌ କାଜୋଲ । ସେ ବିବାହପରେ କଭି ଖୁସ୍‌ କଭି ଗମ୍‌ , ଫନା, ମାଇଁ ନେମ୍‌ ଇଜ୍‌ ଖାନ୍‌, ଏବଂ ଦିଲଓ୍ଵାଲେ ଭଳି ସୁପରହିଟ୍‌ ସିନେମାର ନାୟିକା ବନିଛନ୍ତି। ଖାଲି ସେତିକି ନୁହେଁ ‘ଫନା, ଏବଂ କଭି ଖୁସ୍‌ କଭି ଗମ୍‌, ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେଆର୍‌ ପୁରସ୍କାର ମିଳିଥିଲା ।

photo-amarujala

ଆଉ ଜଣେ ନାୟିକା ହେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ବାହା ହେବାପରେ କରଣ ଜୋହରଙ୍କ ‘ ଏ ଦିଲ ହେ ମୁସ୍କିଲ’,ରେ କମାଲ୍‌ କରିଛନ୍ତି। ଏହାଛଡ଼ା ତାଙ୍କୁ ସରବଜିତ୍‌ ରେ ବି ବଳିଷ୍ଠ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏବେ ତାଙ୍କ ଅଭିନୀତ ‘ଫନ୍ନେ ଖାନ୍‌’ ରିଲିଜ୍‌ ଅପେକ୍ଷାରେ ରହିଛି। ଅପରପକ୍ଷରେ କରୀନା କପୁର ଖାନ୍‌ଙ୍କର ବି ମାଆ ହେବାପରେ ଡିମାଣ୍ଡ କମି ନାହିଁ।ତାଙ୍କର ନୂଆ ସିନେମା ‘ବୀର୍‌ ଦା ଓ୍ଵଡିଂ’ ରିଲିଜ୍‌ ଅପେକ୍ଷାରେ ରହିଛି।ଠିକ୍‌ ସେହିପରି ରାଣୀ ମୁଖାର୍ଜୀ ବି ବିବାହପରେ ବଲିଉଡକୁ ଫେରିଛନ୍ତି । ତେବେ ସେ ଧମାଲ କରିପାରିବେ କି ନା ତାହା ଦେଖିବାକୁ ବାକି ରହିଲା।

photo-youtube

ତେଣେ ଅନୁଷ୍କା ଶର୍ମା ମଧ୍ୟ ବିବାହପରେ ବରୁଣ ଧଓ୍ଵନଙ୍କ ସହ ‘ସୁଇ ଧାଗା’ ସିନେମାରେ କାମ କରୁଛନ୍ତି।

ସମ୍ବନ୍ଧିତ ଖବର