କେଉଁ ସିନେମାରେ ବିବାହିତା ମହିଳା ଭୂମିକାରେ ନଜର ଆସିଛନ୍ତି ଅନୁଷ୍କା ଶର୍ମା ?

ମୁମ୍ବାଇ:ବଲିଉଡ଼୍‍ର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲୀଙ୍କୁ ବିବାହ କରିବାପରେ ବାସ୍ତବ ଜୀବନରେ ଜଣେ ବିବାହିତା ମହିଳାର ମାନ୍ୟତା ଲାଭ କରିଛନ୍ତି।ହେଲେ ଆପଣ ଜାଣନ୍ତି କି ସେ ବେଶ୍‌ କେତୋଟି ହିନ୍ଦୀ ସିନେମାରେ ବି ବିବାହିତା ମହିଳା ଭୂମିକାରେ ନଜର ଆସିଛନ୍ତି।ଆସନ୍ତୁ ନଜର ପକାଇବା କେଉଁ କେଉଁ ସିନେମାରେ ତାଙ୍କୁ ଏଭଳି ଚରିତ୍ର ମିଳିଛି।

ରବ୍‌ ନେ ବନାଦି ଯୋଡ଼ି:ଅନୁଷ୍କା ଶର୍ମା ଏଭଳି ଜଣେ ନାୟିକା ଯିଏକି ତାଙ୍କ ଅଭିନୀତ ପ୍ରଥମ ସିନେମାରେ ହିଁ ଜଣେ ବିବାହିତା ମହିଳା ଭୂମିକା ନିଭାଇଥିଲେ।ଏହି ଫିଲ୍ମଟି ହେଲା ୟଶ୍‌ରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ତଥା ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ୨୦୦୮ର ହିଟ୍‌ ସିନେମା ‘ରବ୍‌ ନେ ବନା ଦି ଯୋଡ଼ି’।ଏଥିରେ ଶାହରୁଖ୍‌ ଖାନ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ଅନୁଷ୍କା।

ଏନ୍‌.ଏଚ୧୦:-୨୦୧୫ରେ ରିଲିଜ୍‌ ହୋଇଥିବା ଫିଲ୍ମ‘ଏନ୍‌ ଏଚ୧୦’ରେ ବି ଅନୁଷ୍କା ଶର୍ମାଙ୍କୁ ମିଳିଥିଲା ଜଣେ ବିବାହିତା ଯୁବତୀର ଚରିତ୍ର।ଏହି ସିନେମାରେ ତାଙ୍କୁ ନୀଲ ଭୂପଲମ୍‌ଙ୍କ ସହ ଲିଡ଼୍‍ ରୋଲ୍‌ରେ ଦେଖିବାକୁ ମିଳିଥିଲା। ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନୀଲ ଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ ଅନୁଷ୍କା!

 

photo-bollywoodbhaskar.com

ସୁଲତାନ୍‌:- ୨୦୧୬ର ସୁପରହିଟ୍‌ ଫିଲ୍ମ ‘ସୁଲତାନ୍‌’ରେ ଅନୁଷ୍କା ଶର୍ମା ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ।ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅଲ୍ଲୀ ଅବ୍‌ବାସ୍‌ ଜାଫର୍‌। ଏହାପରେ ସଲମାନଙ୍କ ସହ ଅନ୍ୟ କୌଣସି ସିନେମାରେ ନଜର ଆସି ନାହାନ୍ତି ଅନୁଷ୍କା ଶର୍ମା ।

ଏ ଦିଲ୍‌ ହେ ମୁସ୍କିଲ୍‌:- ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ସୁପରହିଟ୍‌ ଫିଲ୍ମ‘ଏ ଦିଲ୍‌ ହେ ମୁସ୍କିଲ୍‌’ରେ ଅନୁଷ୍କା ଶର୍ମାଙ୍କୁ ଜଣେ ବିବାହିତ ମହିଳା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ।ଏଥିରେ ଅନୁଷ୍କାଙ୍କ ସ୍ୱାମୀଙ୍କ ଚରିତ୍ର ନିଭାଇଥିଲେ ପାକିସ୍ତାନୀ ଅଭିନେତା ଫଓ୍ଵାନ୍‌ ଖାନ୍‌।ଏଥିରେ ରଣବୀର କପୁର ନାୟକ ଭୂମିକାରେ ନଜର ଆସିଥିଲେ।

photo-bollywoodbhaskar.com

ଫିଲୌରୀ:- ୨୦୧୭ରେ ରିଲିଜ୍‌ ହୋଇଥିଲା ‘ଫିଲୌରୀ’ରେ ଅନୁଷ୍କା ଶର୍ମା ଜଣେ ବିବାହିତ ମହିଳା ଭୂମିକାରେ ଅଭିନୟ କରିଥିଲେ।ତେବେ ଫିଲ୍ମରେ ଯେତେବେଳେ ତାଙ୍କର ବାହାଘର ହୁଏ,ତେବେ ତାଙ୍କୁ ଏକ ଭୂତ ଚରିତ୍ରରେ ଦେଖିବାକୁ ମିଳିଥାଏ ।

ସମ୍ବନ୍ଧିତ ଖବର