ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ। ଆଜି ନୀନା ଝିଅ ତଥ‌ା ଅଭିନେତ୍ରୀ ମସାବା ଗୁପ୍ତା ତାଙ୍କ ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଛନ୍ତି। ଅଭିନେତ୍ରୀ ତଥା ଲୋକପ୍ରିୟ ଫ୍ୟାଶନ ଡିଜାଇନର୍ ମସାବା ଶୁକ୍ରବାର ସକାଳେ ଇନଷ୍ଟାଗ୍ରାମରେ ସତ୍ୟଦୀପଙ୍କୁ ବିବାହ କରିଥିବା ନେଇ ଘୋଷଣା କରିଛନ୍ତି। ବିବାହ ପରେ ଦୁହିଁଙ୍କ ଫଟୋ ସେୟାର କରି ସତ୍ୟଦୀପଙ୍କୁ ଟ୍ୟାଗ୍ କରିଛନ୍ତି ମସାବା। ଫଟୋଗୁଡ଼ିକରେ ମସାବା ଓ ସତ୍ୟଦୀପ ହାଲୁକା ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ଦୁହେଁ ପରିବାର ଲୋକଙ୍କ ଉପସ୍ଥିତିରେ କୋର୍ଟରେ ବିବାହ କରିଥିବା ସାମ୍ନାକୁ ଆସିଛି। ମସାବାଙ୍କ ବିବାହରେ ତାଙ୍କ ବାପା ଭିଭ ରିଚାର୍ଡ ଓ ସାବତ ବାପା ବିବେକ ମେହରା ମଧ୍ୟ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

Advertisment

At Masaba Gupta's Wedding - Father Viv Richards And Stepdad Vivek Mehra. See Family Pic

ଫଟୋ ସେୟାର କରି ମସାବା ଲେଖିଛନ୍ତି, “ଆଜି ସକାଳେ ମୋର ଶାନ୍ତିର ମହାସାଗରଙ୍କୁ ମୁଁ ବିବାହ କରିଛି। ଏଠାରେ ସାରା ଜୀବନର ପ୍ରେମ, ଶାନ୍ତି, ସ୍ଥିରତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ହସ ରହିଛି। ଏବଂ ମୋତେ କ୍ୟାପସନ୍ ବାଛିବା ପାଇଁ ଦେଇଥିବାରୁ ଧନ୍ୟବାଦ। ଏହା ବହୁତ ଭଲ ହେବ! "

View this post on Instagram

A post shared by Masaba (@masabagupta)

ତେବେ ମସାବାଙ୍କ ‌ଇନଷ୍ଟା ପୋଷ୍ଟ ପରେ ତାଙ୍କୁ ଏବେ ଶୁଭେଚ୍ଛା ମିଳିବା ଆରମ୍ଭ ହୋଇଛି। ଭୋଗ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ମସାବା କହିଛନ୍ତି ଯେ ଆମେ ବିବାହରେ ହାଉସ୍ ଅଫ୍ ମସାବାର ନୂଆ କରି ବିବାହ ପାଇଁ ଡିଜାଇନ କରାଯାଇଥିବା ପୋଷାକ ପିନ୍ଧିଛୁ। ଆମର ଏକ ସରଳ କୋର୍ଟ ବିବାହ ହୋଇଛି। ଏହାକୁ ଅତି ଛୋଟ ଏବଂ ଆମ ପରିବାରର ଉପସ୍ଥିତିରେ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ। ତଥାପି, ଘନିଷ୍ଠ ବନ୍ଧୁ ଏବଂ ପରିବାର ସହିତ ପ୍ରାୟ ୮୦–୮୫ ଲୋକଙ୍କୁ ନେଇ ଆମେ ଏକ ପାର୍ଟୀ କରିବୁ। ଯେଉଁମାନେ ସତ୍ୟଦୀପ ଏବଂ ମୋର ଘନିଷ୍ଠ ବନ୍ଧୁ ସେମାନେ ହିଁ ବିବାହରେ ପାର୍ଟୀରେ ଯୋଗ ଦେବେ।