‘ଦବଙ୍ଗ-୩’ରୁ ଆଉଟ୍‌ ହେଲେ ମୌନୀ, ତାଙ୍କ ଜାଗା ନେଲେ ଏହି ନାୟିକା!

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏବେ ତାଙ୍କର ନୂଆ ସିନେମା ‘ଦବଙ୍ଗ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ସିନେମାର ଏକ ଆଇଟମ୍‌ ନମ୍ବର ସୁଟ୍‌ ହୋଇଥିବା ଜଣାଯାଇଛି। ଏହି ଆଇଟମ୍‌ ନମ୍ବରଟି ହେଲା ‘ମୁନ୍ନୀ ବଦନାମ୍‌ ହୁଆ’।ଏହାର ଗାୟକ ହେଲେ କମାଲ୍‌ ଖାନ୍‌ ଓ ସଙ୍ଗୀତକାର ହେଲେ ସାଜିଦ୍‌ ଓ୍ଵାଜିଦ୍।

ଏହି ଆଇଟମ୍‌ ନମ୍ବରରେ ମୌନୀ ରୟ ଆଇଟମ୍‌ ଗର୍ଲ ବନିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ମୌନୀଙ୍କ ନଖରାମି ଯୋଗୁଁ ତାଙ୍କୁ ‘ଦବଙ୍ଗ୍‌-୩’ରୁ ଆଉଟ୍‌ କରାଯାଇଥିବା ଜଣାଯାଇଛି। ନିଜର ଏହି ନଖରାମି ସ୍ୱଭାବ ଲାଗି ମୌନୀଙ୍କୁ ଫିଲ୍ମ ନଓ୍ଵାଜୁଦ୍ଦିନ ସିଦ୍ଦିକୀଙ୍କ ଫିଲ୍ମ ‘ବୋଲେ ଚୁଡିୟାଁ’ରୁ ଆଉଟ୍‌ କରାଯାଇଥିଲା।

photo-navbharattimes

ମୌନୀଙ୍କୁ ଆଉଟ୍‌ କରାଯିବା ପରେ ଅନ୍ୟ ଜଣେ ନାୟିକାଙ୍କୁ ନିଆଯାଇଛି। ସେ ହେଲେ ‘ଲଭଯାତ୍ରୀ’ଫେମ୍‌ ବରୀନା ହୁସେନ୍‌। ଏହି ଆଇଟମ୍‌ ନମ୍ବରରେ ବରୀନା ମଧ୍ୟ ଜବରଦସ୍ତ ଡ୍ୟାନ୍‌ସ କରିଥିବା ଚର୍ଚ୍ଚା ହେଉଛି। ବରୀନାଙ୍କର ଲୁକ୍‌,ଡ୍ୟାନ୍‌ସ,କଷ୍ଟ୍ୟୁମ୍ ଓ ଷ୍ଟାଇଲ୍ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଥିବା କୁହାଯାଉଛି। ଏହି ଗୀତରେ ବରୀନା ଓ୍ଵଷ୍ଟର୍ଣ୍ଣ ଆଉଟଫିଟ୍‌ରେ ନଜର ଆସିବେ। ଏହି ଗୀତର କୋରିଓଗ୍ରାଫର ହେଲେ ବୈଭବୀ ମର୍ଚ୍ଚାଣ୍ଟ।

ସମ୍ବନ୍ଧିତ ଖବର