ଏକ ମାସ ହୋଇ ଯାଇଥିଲେ ମଧ୍ୟ ବଲିଉଡ୍‌ରେ ପଡ଼ି ନାହିଁ #ମି ଠୁର ପ୍ରଭାବ,ଆରୋପ ଲାଗିବା ପରେ ମଧ୍ୟ କାମ କରୁଛନ୍ତି ଏହି ନିର୍ଦେଶକ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସେପ୍ଟେମ୍ବର ୨୫ରେ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଯାହା ପରେ ବଲିଉଡ୍‌ରେ #ମି ଠୁର ଅଭିଯାନ ଜୋର ସୋରରେ ଆରମ୍ଭ ହୋଇଥିଲା । ଯେଉଁ ଅଭିଯାନରେ ବଲିଉଡ୍‌ର ଅନେକ ବଡ଼ ବଡ଼ ଅଭିନେତା,କଣ୍ଠଶିଳ୍ପୀ ଏବଂ ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଥିଲା । ବିଶ୍ୱାସ କରି ହେଉ ନଥିବା ଭଳି ନାଁ ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ଚାରିଆଡ଼େ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ମାସକ ମଧ୍ୟରେ ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଜଣା ପଡ଼ିଛି । ଏବେ ମଧ୍ୟ ଯୌନ ଶୋଷଣର ଆରୋପୀମାନେ ଖୁବ୍‌ ଆରାମରେ ନିଜ କାମ କରୁଛନ୍ତି । ଯେମିତିକି ସେମାନଙ୍କ ଜୀବନ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ ।

The News Minute

କିଛି ଦିନ ପୂର୍ବରୁ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ ଏବଂ ଅଭିନେତା ନାନା ପାଟେକର ଫିଲ୍ମ ‘ହାଉସ୍‌ଫୁଲ୍‌-୪’ ଛାଡ଼ିଥିବାର ଖବର ଆସିଥିବା ବେଳେ ପରେ ‘ସୁପର-୩୦’ର ନିର୍ଦ୍ଦେଶକ ବିକାଶ ବହଲ ମଧ୍ୟ ଫିଲ୍ମ ଛାଡ଼ିବେ ବୋଲି ଖବର ମିଳିଥିଲା । କିନ୍ତୁ ଏବେ ଏହି ଖବର ମିଛ ବୋଲି ପ୍ରମାଣ ହୋଇଛି । ଫ୍ୟାଣ୍ଟମ ଫିଲ୍ମର ସଦସ୍ୟ ଅନୁରାଗ କଶ୍ୟପ ଏବଂ ବିକ୍ରମାଦିତ୍ୟ ମୋଟଓ୍ଵାନି ବିକାଶଙ୍କ ବିରୋଧରେ ବାୟନବାଜି କରିଥିଲେ ମଧ୍ୟ ଏବେ ଫିଲ୍ମ ‘ସୁପର-୩୦’ରେ ବିକାଶଙ୍କୁ ନିର୍ଦ୍ଦେଶକର ଶ୍ରେୟ ମିଳିବ ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ ନିର୍ଦ୍ଦେଶକ ଲଭ ରଞ୍ଜନ ମଧ୍ୟ ନିଜ ଆଗାମୀ ଫିଲ୍ମର ପ୍ରସ୍ତୁତି କରୁଥିବା ଜଣା ପଡ଼ିଛି । ମାସକ ମଧ୍ୟରେ ଏତେ ଅଭିଯୋଗ ହୋଇଥିଲେ ମଧ୍ୟ ଏହାର ତଦନ୍ତ ବା ସେମାନଙ୍କ ବିରୋଧରେ ସେଭଳି କିଛି କାର୍ଯ୍ୟନୁଷ୍ଠାନ ନିଆ ଯାଇନାହିଁ ।

ସମ୍ବନ୍ଧିତ ଖବର