ୱିଲିଅମ୍ ସେକ୍ସପିଅରଙ୍କ ନାଟକ ଆଧାରରେ ନିର୍ମାଣ ହେଉଛି ହିନ୍ଦୀ ଚଳଚ୍ଚିତ୍ର ‘ସର୍କସ୍’। ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ରଣବୀର ସିଂହ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ପୂଜା ହେଗ୍ଡେ। ଚଳଚ୍ଚିତ୍ରରେ ଥିବା ଏକ ଗୀତଦୃଶ୍ୟରେ ଜଣେ ଅତିଥି କଳକାର ଭାବେ ‘ଚେନ୍ନାଇ ଏକ୍ସପ୍ରେସ୍’ର ପରିଚିତ କୌତୁକିଆ ଚରିତ୍ର ମୀନ୍ନା ମା’ ଭୂମିକାରେ ନଜରକୁ ଆସିବେ ଦୀପିକା ପାଦୁକୋନ୍। ଏହା ଶୁଣିବା ପରେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି ଯେ ୨୦୧୩ରେ ଶାହାରୁଖ୍ଙ୍କ ସହ ମୀନ୍ନା ମା’ ଭୂମିକାରେ ନଜରକୁ ଆସିଥିବା ଦୀପିକା ଯଦି ସ୍ବାମୀ ରଣବୀରଙ୍କ ସହ ଏଇ ଚରିତ୍ରରେ ଅସନ୍ତି ତାହେଲେ ପରଦାରେ ବିଲକୁଲ ସୋନେ ପେ ସୁହାଗା ବୁଣିହେଇଯିବ।
ରିଲାଏନ୍ସ ଏଣ୍ଟର୍ଟେନ୍ମେଣ୍ଟ, ଭୂଷଣ କୁମାର ଓ ରୋହିତ ସେଟ୍ଟୀଙ୍କ ମିଳିତ ପ୍ରଯୋଜନାରେ ନିର୍ମାଣାଧୀନ ଉକ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ରୋହିତ ସେଟ୍ଟୀ। ବ୍ଲକ୍ବ୍ଲଷ୍ଟର୍ ଡିରେକ୍ଟର ରୋହିତ ସେଟ୍ଟୀ ଟେଲିଭିଜନ୍ରେ ପ୍ରସାରିତ ହେଉଥିବା ‘ଖାତ୍ରୋଁ କେ ଖିଲାଡି’ ସୋ’ର ଅନ୍ୟତମ ଆକର୍ଷଣ ପାଲଟିଛନ୍ତି। ହେଲେ ସିନେମା ଜଗତରେ ପାଖାପାଖି ଦୁଇବର୍ଷ ହେବ ତାଙ୍କର ଚିହ୍ନବର୍ଣ୍ଣ ନ ଥିଲା। ରୋହିତଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ୨୦୨୦ ମାର୍ଚ୍ଚ ଶେଷ ସପ୍ତାହରେ ରିଲିଜ୍ କରିବାକୁ ତାରିଖ ନିର୍ଦ୍ଧାରିତ ହେଇଥିଲେ ମଧ୍ୟ କୋଭିଡ୍ ସଂକ୍ରମଣ ଯୋଗୁଁ ଅଟକି ରହିଲା। ଏଥିରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଅଜୟ ଦେବଗନ, ରଣବୀର ସିଂହ, ଜାଭେଦ ଜାଫରୀ, ଜ୍ୟାକି ସ୍ରଫଙ୍କ ଭଳି ନାମୀଦାମୀ କଳାକାର ଅଛନ୍ତି।
ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ ତ ‘ସିଂଘମ୍’ ଚରିତ୍ର ଅଜୟ ଦେବଗନ୍ ଏବଂ ‘ସିମ୍ବା’ ଚରିତ୍ର ରଣବୀର ସିଂହଙ୍କ ଏକାଠି ଦେଖିବାକୁ ମିଳିବ, ପୁଣି ‘ସର୍କସ୍’ ସିନେମାରେ ଯଦି ରଣବୀରଙ୍କ ସହ ଦୀପିକାଙ୍କୁ ମୀନ୍ନା ମା’ ଭୂମିକାରେ ଦେଖିବାକୁ ମିଳିବ, ତେବେ ରୋହିତ ବସି ରହିଥିବା ଦର୍ଶକଙ୍କୁ ନିଶ୍ଚିତ ଭାବେ ପ୍ରେକ୍ଷାଳୟକୁ ଟାଣିଆଣିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ee.jpg)