ମୁମ୍ବାଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ ୍ମ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ବେଶ୍ ଚର୍ଚ୍ଚାରେ ରହିଛି। ଏହି ସିନେମାରେ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରୁଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ୍ ଖେର।
ଏବେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ,ଏହି ସିନେମାରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ଭୂମିକାରେ କିଏ ଅଭିନୟ କରୁଛନ୍ତି। ଏହି ସିନେମାରେ ରାହୁଲ ଗାନ୍ଧିଙ୍କ ଚରିତ୍ରରେ ନଜର ଆସିବେ ଅର୍ଜୁନ ମାଥୁର। ଠିକ୍ ସେହିପରି ପ୍ରିୟଙ୍କା ଗାନ୍ଧିଙ୍କ ଭୂମିକା ନିଭାଇଛନ୍ତି ଆହାନା କୁମରା।
ସୋସିଆଲ୍ ମିଡିଆରେ ପରଦାରେ ନଜର ଆସୁଥିବା ମନମୋହନ ସିଂହ,ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଚରିତ୍ର ନିଭାଉଥିବା କଳାକାରଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି।
The Actor.... The Character.... #TheAccidentalPrimeMinister ? pic.twitter.com/DTPxz89NiX
— Anupam Kher (@AnupamPKher) April 10, 2018
ସଂଜୟ ବାରୁଙ୍କ ରଚିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ଉପରେ ଆଧାରିତ ଏହି ସିନେମା ଚଳିତ ବର୍ଷ ଡ଼ିସେମ୍ବର ୨୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଦିନ ଶାହରୁଖ୍ ଖାନ୍ ,କାଟ୍ରିନା କୈଫ୍ ଓ ଅନୁଷ୍କା ଶର୍ମାଙ୍କ ‘ଜିରୋ’ ମଧ୍ୟ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।