‘ବାପ୍‌’ରେ ପ୍ରଶଂସକଙ୍କୁ ଭେଟି: ଏକସଙ୍ଗେ ନଜରକୁ ଆସିବେ ଜ୍ୟାକି, ମିଥୁନ୍‌, ସଞ୍ଜୟ, ସନ୍ନି

ଅଶୀ ଦଶକର ମିଳନ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ। ଚାରିଜଣ ଭେଟେରାନ୍ ଅଭିନେତା ଆକ୍ସନ୍ ଥ୍ରୀଲର ଫିଲ୍ମ ‘ବାପ୍‌’ରେ ଅଭିନୟ କରୁଛନ୍ତି। ସନ୍ନି ଦେଓଲ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ ଏବଂ ଜ୍ୟାକି ଶ୍ରଫଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି। ଅହମ୍ମଦ ଖାନ ଜୀ ଷ୍ଟୁଡିଓ ସହିତ ମିଳିତ ଭାବେ ଫିଲ୍ମଟି ନିର୍ମାଣ କରୁଛନ୍ତି। ନିର୍ମାତାଙ୍କ ଦ୍ୱାରା ଫିଲ୍ମର ପ୍ରଥମ ଲୁକ୍ ମଧ୍ୟ ରିଲିଜ୍ ହୋଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ଆଲୋଚନା କରାଯାଉଛି। ସମସ୍ତ ତାରକା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଚଳଚ୍ଚିତ୍ରର ପ୍ରଥମ ଲୁକ୍‌କୁ ସେୟାର କରି ସଞ୍ଜୟ ଦତ୍ତ ଏହାର କ୍ୟାପସନରେ ଲେଖିଥିଲେ, ‘ବାପ୍‌ ଅଫ୍‌ ଅଲ୍‌ ଫିଲ୍ମସ୍‌, ସୁଟ୍‌ ଧମାଲ, ଦୋସ୍ତି ବେମିସାଲ୍’।

ଫିଲ୍ମର ପ୍ରଥମ ପୋଷ୍ଟରରେ ସନ୍ନି ଦେଓଲ, ସଞ୍ଜୟ ଦତ୍ତ, ଜ୍ୟାକି ଶ୍ରଫ ଏବଂ ମିଥୁନ ଚକ୍ରବର୍ତ୍ତୀ କ୍ୟାମେରା ଆଗରେ ଏକ ତୀବ୍ର ରୂପ ଦେଉଥିବାର ଦେଖାଯାଉଛି। ମିଥୁନ ଚକ୍ରବର୍ତ୍ତୀ ଅଧା ହାତ ଥିବା ଏକ ଚମଡ଼ା ଜ୍ୟାକେଟ ଏବଂ ମୁଣ୍ଡରେ ଏକ କ୍ୟାପ୍ ପିନ୍ଧିଛନ୍ତି। ବେକରେ ଏକ ମଫଲର ଗୁଡ଼ାଇ କପାଳରେ ତିଳକ ଲଗାଇଛନ୍ତି। ସନ୍ନି କମଳା ଧଳା କଏଦୀ ପୋଷାକରେ ନଜର ଆସିଛନ୍ତି। କେଶ ଲମ୍ବା ଏବଂ କପାଳରେ ଏକ ଧଳା ପଟି ବାନ୍ଧିଛନ୍ତି। ତାଙ୍କ ସାର୍ଟରେ ଲେଖାଯାଇଛି କଏଦୀ ନମ୍ବର ୨୨। ତୃତୀୟ ଲୁକ୍‌ରେ ସଞ୍ଜୁ ସନ୍ନିଙ୍କ କାନ୍ଧରେ ହାତ ରଖିଛନ୍ତି। ଏକ ବ୍ରାଉନ୍ ଜ୍ୟାକେଟ୍ ଏବଂ କଳା ସାଦା ଟି-ସାର୍ଟ ଏବଂ ଜିନ୍ସରେ ପିନ୍ଧିଛନ୍ତି। ଶେଷ ଲୁକ୍ ହେଉଛି ଜ୍ୟାକି ଶ୍ରଫ୍‌ଙ୍କର। ଜ୍ୟାକି ଖାକି ପ୍ରିଣ୍ଟ୍ ଜ୍ୟାକେଟ୍, ହାଇ ହିଲ୍ ଚମଡା ଜୋତା ସହ ଏକ ଟାପୋରୀ ଲୁକ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର