ଦୀପିକା ଓ ଆଲିଙ୍କୁ ଏଥିପାଇଁ ଭୟ କରନ୍ତି ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ମୋଗାଷ୍ଟାର ଅମିତାଭ ବଚ୍ଚନ ସତୁରି ଦଶକରୁ ବଲିଉଡ୍‌ରେ ରହି ଆସିଛନ୍ତି। ସିନେମା ଇଣ୍ଡଷ୍ଟ୍ରିରେ ତାଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ସବୁ ଅଭିନେତା ଓ ଅଭିନେତ୍ରୀ ଅମିତାଭ ବଚ୍ଚନଙ୍କୁ ନିଜର ଆଦର୍ଶ ବୋଲି ମାନି ଥାଆନ୍ତି। ତେବେ ବିଗ ବି ନିଜକୁ ଜଣେ ସଫଳ ଅଭିନେତା କହିବାକୁ ସବୁବେଳେ ପଛ ଘୁଞ୍ଚା ଦେଇ ଥାଆନ୍ତି। କାରଣ ତାଙ୍କଠାରୁ ବି ଭଲ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ବୋଲି ସେ କହନ୍ତି। ଯେତେବେଳେ କଥା ପ୍ରଦର୍ଶନ ଓ ଅଭିନୟ ଉପରେ ଆସିଥାଏ, ବିଗ୍‌ ବି ଏହି ମାମଲାରେ ଆଜିର ଯୁବ ଅଭିନେତ୍ରୀଙ୍କୁ ଅଧିକ ଯୋଗ୍ୟ ବୋଲି ଭାବି ଥାଆନ୍ତି। ତେଣୁ ଅଭିନେତ୍ରୀ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ୍‌ ଓ ଅନୁଷ୍କା ଶର୍ମାଙ୍କ ଭଳି ହିରୋଇନ୍‌ଙ୍କ ଅଭିନୟ ଦେଖି ଭୟ ଲାଗିଥାଏ ବୋଲି ସ୍ୱୟଂ ବିଗ୍‌ ବି ଅମିତାଭ ବଚ୍ଚନ କହିଛନ୍ତି। ଅନ୍ୟପକ୍ଷରେ ଆଜିକା ସମୟରେ ଏତେ ସଂଖ୍ୟକ ପ୍ରତିଭାବାନ୍ ଅଭିନେତ୍ରୀ ଆସିଛନ୍ତି କି ଅଭିନୟ ମାମଲାରେ ସେ ପଛରେ ପଡ଼ି ଯାଇଛନ୍ତି ବୋଲି ବିଗ ବିଙ୍କୁ ମନେହେଉଛି।

ବିଗ୍‌ ବି ଅମିତାଭ ବଚ୍ଚନ ‘ପିକୁ’ରେ ଦୀପିକାଙ୍କ ସହ କାମ କରି ସାରିଛନ୍ତି। ସେହିପରି ଆଲିଆଙ୍କ ସହ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଆଜିକାଲିର ଯୁବ ଅଭିନେତା ଓ ଅଭିନେତ୍ରୀ ଅଭିନୟ କ’ଣ ସେମାନେ ଅଭିନୟ କ୍ଷେତ୍ରକୁ ଆସିବା ପୂର୍ବରୁ ହିଁ ଜାଣି ସାରୁଛନ୍ତି ଏବଂ ପରଦାରେ ଖୁବ୍‌ ଜୀବନ୍ତ ଭାବେ ଅଭିନୟ କରୁଛନ୍ତି। ଅମିତାଭ ସେପ୍ଟେମ୍ବର-୩ରେ ‘କୌନ୍‌ ବନେଗା କରୋଡପତି’ ସିଜନ୍‌ ୧୦ରେ ଛୋଟ ପରଦାକୁ ଫେରୁଛନ୍ତି।

ସମ୍ବନ୍ଧିତ ଖବର