ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ନାୟିକା ହେଲେ ମେଘା। ପୁରା ନାଆଁ ମେଘା ମହାନ୍ତି। ବାଲେଶ୍ୱରର ଏହି ସୁନ୍ଦରୀ ଯୁବତୀଙ୍କୁ ‘ବିନ୍ଦାସ ରୋମିଓ’ ସିନେମାରେ ବ୍ରେକ୍ ମିଳିଥିଲା ନାୟିକା ଭାବେ। ଏହାର ପ୍ରାୟ ଦୁଇ ବର୍ଷ ପରେ ଦର୍ଶକ ପୁଣି ମେଘାଙ୍କୁ ଅନ୍ୟ ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇଥିଲେ। ହଁ ମେଘାଙ୍କ ଅଭିନୀତ ଦ୍ୱିତୀୟ ଓଡ଼ିଆ ଛବି ହେଲା ‘ଏକ୍ସକ୍ୟୁଜ୍ ମି’। ଉମେଶ ଦାଶ (ଟନିଆଁ)ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନବାଗତ ରୋନକଙ୍କ ବିପକ୍ଷରେ ନାୟିକା ଭୂମିକା ନିଭାଇଥିଲେ ମେଘା। ଏହା ଚଳିତ ବର୍ଷ ମୁକ୍ତିଲାଭ କରିଥିଲା।
ଏବେ ମେଘା ତାଙ୍କର ତୃତୀୟ ଓଡ଼ିଆ ସିନେମାର ସୁଟିଂ କରୁଛନ୍ତି। ଏହି ଫିଲ୍ମର ଟାଇଟଲ୍ ହେଲା ‘ହଣ୍ଡ୍ରେଡ ପରସେଣ୍ଟ ଲଭ୍’। ଏଥିରେ ନବାଗତ ଓମ୍ ଅଛନ୍ତି ନାୟକ ଭୂମିକାରେ। ଓମ୍-ମେଘାଙ୍କ ଯୋଡ଼ି ରହିଛି ‘ହଣ୍ଡ୍ରେଡ ପରସେଣ୍ଟ୍ ଲଭ୍’ରେ। ଏହି ସିନେମାରେ ଆଉ ଜଣେ ନାୟିକା ବି ଅଛନ୍ତି। ସେହେଲେ ଅଙ୍କିତା ଭୌମିକ।
ମେଘାଙ୍କ ଅନୁଯାୟୀ ଏହି ଫିଲ୍ମରେ ତାଙ୍କୁ ମନପସନ୍ଦ ଭୂମିକା ମିଳିଛି। ସେ ଏକ ଭଲ ଟିକ୍ରେ କାମ କରୁଥିବାରୁ ଆନନ୍ଦ ପାଇଛନ୍ତି ବୋଲି କହିଛନ୍ତି ମେଘା। ସେ ଧୀରେ ଧୀରେ ଆଗକୁ ବଢୁଛନ୍ତି।