ମୁମ୍ବାଇ : ସବୁ ଅବିବାହିତ ଯୁବତୀଙ୍କ ପାଇଁ ଏକ ଖରାପ ଖବର । ଛୋଟ ପରଦାର ସବୁଠାରୁ ସୁନ୍ଦର ଏବଂ ହ୍ୟାଣ୍ଡସମ୍ ହିରୋ ଶକ୍ତି ଆରୋରା ନିଜର ବହୁ ଦିନର ପ୍ରେମିକା ନେହା ସାକ୍ସେନାଙ୍କୁ ବିବାହ କରିଥିବା ଜଣା ପଡ଼ିଛି । ଦୁଇ ଜଣ ନିଜର ବିବାହକୁ ଗୁପ୍ତ ରଖିଥିବା ବେଳେ ସେମାନଙ୍କ ବିବାହରେ କେବଳ ପରିବାର ଲୋକେ ଉପସ୍ଥିତ ଥିବା ସୂଚନା ମିଳିଛି । ଏପ୍ରିଲ ୬ରେ ଦୁଇ ଜଣ ବିବାହ କରିଥିବା ବେଳେ ଦୁଇ ଜଣଙ୍କ ଫଟୋ ଏବେ ସୋସିଆଲ ସାଇଟ୍ରେ ଆସିବା ପରେ ଏହି ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଦୁଇ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଜୁନ୍ ୫,୨୦୧୪ରେ ଦୁଇ ଜଣଙ୍କର ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ପରେ ସେମାନେ କେବେ ବିବାହ କରିବେ ସେ ନେଇ ଚର୍ଚ୍ଚା ହେବା ଆରମ୍ଭ ହେବା ପରେ ଗତ ବର୍ଷ ଦୁଇ ଜଣ ଅଲଗା ହେବାର ଖବର ଆସିଥିଲା । କୌଣସି କାରଣରୁ ଦୁଇ ଜଣଙ୍କର ବ୍ରେକ୍-ଅପ୍ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ପରେ ଦୁଇ ଜଣ ଏହି ଖବରକୁ ଖଣ୍ଡନ କରିଥିଲେ । ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଦୁଇ କଳାକାର ନିଜ ସଂପର୍କୀୟଙ୍କ ଉପସ୍ଥିତିରେ ବିବାହ କରିଥିବା ଜଣାପଡ଼ିଛି । ଏପ୍ରିଲ ୬ରେ ବିବାହ କରିଥିବା ବେଳେ ଇନ୍ଷ୍ଟାଗ୍ରାମରେ ଥିବା ତାଙ୍କ ଫ୍ୟାନ୍ ପେଜ୍ରେ ବିବାହ ସମୟର କିଛି ଫଟୋ ଅପ୍ଲୋଡ଼ ହେବା ପରେ ଏହି ଖବର ସାମ୍ନାକୁ ଆସିିଛି ।