ସୋନୁଙ୍କୁ ଆସିଥିବା ଚର୍ଚ୍ଚିତ ବାର୍ତା

ଆଜି ସୋନୁ ସୁଦ୍‌ଙ୍କ ଜନ୍ମଦିନ ଥିବା ବ‌େଳେ ଦିନସାରା ଚର୍ଚ୍ଚାରେ ରହିଥିଲେ। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟିକୁ ଫେରାଇ ନେବାରେ ସମଗ୍ର ଦେଶରେ ପ୍ରଶଂସାର ପାତ୍ର ହୋଇଥିବା ସୋନୁଙ୍କ ସହ ବାର୍ତାଳାପର କିଛି ମଜାଦାର କଥା ସାମ୍ନାକୁ ଆସିଛି। ସୁଶ୍ରିମା ଆଚାର୍ଯ୍ୟ ନାମ୍ନୀ ଜଣେ ମହିଳା ଜନତା କର୍ଫ୍ୟୁ ବେଳେ ନିଜ ସ୍ବାମୀଙ୍କ ସାଙ୍ଗେ ରହିପାରୁନାହାନ୍ତି ବୋଲି ସୋନୁଙ୍କୁ ଟ୍ବିଟ୍‌ କରିବା ପରେ ସୋନୁ କହିଥିଲେ, ମୁଁ ତୁମ ଦୁହିଁଙ୍କୁ ତେବେ ଗୋଆ ପଠେଇଦେବି, କ’ଣ କହୁଛ? ହେମାଲ ନାମ୍ନୀ ଜଣେ ମହିଳା ସୋନୁଙ୍କୁ ଟ୍ବିଟ୍‌ କରିଥିଲେ, ମୁଁ ଅଢ଼େଇ ମାସ ହେଲା ପାର୍ଲର ଯାଇନି, ‌ମତେ ସେଲୁନ୍ ପହଞ୍ଚାଇଦେବ କି? ସୋନୁ ଉତ୍ତର ଦେଇଥିଲେ, ସେଲୁନବାଲାଙ୍କୁ ତ ମୁଁ ତାଙ୍କ ଗାଁ’ରେ ଛାଡ଼ିକି ପଳେଇ ଆସିଛି। ବିଶ୍ବଜିତ ଦ୍ବିବେଦୀ ନାମକ ଜଣେ ବ୍ୟକ୍ତି ଲେଖିଥି‌ଲେ, ସୋନୁ ଭାଇ ମତେ ମୋ ପ୍ରେମିକାଙ୍କ ସହ ଭେଟ କରେଇ ଦିଅନ୍ତୁ। ସୋନୁ ଲେଖିଥିଲେ, କିଛିଦିନ ଦୂରେଇ ରହି ଦେଖ, ‌ସଚ୍ଚା ପ୍ରେମର ପରୀକ୍ଷା ହୋଇଯିବ।

ସମ୍ବନ୍ଧିତ ଖବର