ମୁମ୍ବାଇ: #ମି ଠୁ ଅଭିଯାନ ଜରିଆରେ ଅନେକ ଯୌନ ଶୋଷଣର ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ଏନ୍ଜିଓର ଟ୍ରଷ୍ଟିଙ୍କ ଉପରେ ଏହି ଆରୋପ ଲଗାଯାଇଛି । ଟ୍ରଷ୍ଟିଙ୍କ ଉପରେ ୪ଜଣ ମହିଳା ଯୌନ ଶୋଷଣ ଭଳି ସଙ୍ଗୀନ ଆରୋପ ଲଗାଇବା ପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ।
/sambad/media/post_attachments/wp-content/uploads/2018/10/1-1539757578-300x225.jpg)
ସବୁ ଜାଣିବା ପରେ ସେ ତୁରନ୍ତ ନିଜ ଏନ୍ଜିଓ ‘ଦ ଲିଭ୍ ଲଭ୍ ଲାଫ୍ ଫାଉଣ୍ଡେସନ’ର ଟ୍ରଷ୍ଟି ଅନିର୍ବାନ ଦାସ ବ୍ଲାହଙ୍କୁ ଟ୍ରଷ୍ଟି ପଦରୁ ବହିଷ୍କାର କରିଥିବା ଜଣା ପଡ଼ିଛି । ବହିଷ୍କାର ପରେ ‘ଦ ଲିଭ୍ ଲଭ୍ ଲାଫ୍ ଫାଉଣ୍ଡେସନ’(ଟିଏଲ୍ଏଲ୍ଏଲ୍ଏଫ୍) ତରଫରୁ ଏକ ବୟାନ ଜାରି କରାଯାଇଥିଲା । ଯେଉଁଥିରେ ଟିଏଲ୍ଏଲ୍ଏଲ୍ଏଫ୍ରେ ଯୌନ ଶୋଷଣକୁ ନେଇ ଜିରୋ ଟଲରେନ୍ସ ପଲିସି ରହିଛି । ଏବଂ ଏହା ମହିଳାମାନଙ୍କୁ ଏକ ସୁରକ୍ଷିତ ପରିବେଶ ଦେବା ପାଇଁ ସବୁବେଳେ ସଂସ୍ଥା ତତ୍ପର ବୋଲି ଏକ ଟ୍ଵିଟ୍ ଜରିଆରେ ଟିଏଲ୍ଏଲ୍ଏଲ୍ଏଫ୍ ତରଫରୁ କୁହାଯାଇଥିବା ଦେଖାଯାଇଛି । ଅନ୍ୟ ପକ୍ଷରେ, ଆରୋପ ଲାଗିବା ପରେ ଗିରଫ ହେବା ଡ଼ରରେ ଅନିର୍ବାନ ଦେଶ ଛାଡ଼ି ପଳାଇଥିବା ସୂଚନା ମିଳିଛି ।