ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପୂର୍ବ ପ୍ରେମିକ ଆଣିଲେ ଯୌନ ଶୋଷଣର ଅଭିଯୋଗ, ସ୍କ୍ରିପ୍ଟ ଲେଖକ ମୁସ୍ତକ୍‌ ଶେଖ୍‌ଙ୍କ ଉପରେ ଲଗାଇଲେ ଆରୋପ

ମୁମ୍ବାଇ : #ମି ଠୁ ଅଭିଯାନ ଏବେ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ପ୍ରତିଦିନ ସାମିଲ ହେଉଥିବା ନାଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । ପୂର୍ବରୁ ମହିଳାମାନେ ନିଜ ସହ ହୋଇଥିବା ଯୌନ ଶୋଷଣର ଅଭିଯୋଗ କରିଥିବା ବେଳେ ଏବେ ଜଣେ ପୁରୁଷ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ଅଭିନେତା ସାକ୍ୟୁବ୍‌ ସଲିମ୍‌ ମଧ୍ୟ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଜଣାଇଥିଲୋ ଏବେ ଏହି ସୂଚୀରେ ସାମିଲ ହୋଇଛନ୍ତି ସ୍ୱର୍ଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପୂର୍ବ ପ୍ରେମିକ ରାହୁଲ ସିଂହ । ଭଲ ଚରିତ୍ର ଦେବା ଆଳରେ ପ୍ରସିଦ୍ଧ ସ୍କ୍ରିପ୍ଟ ଲେଖକ ଏବଂ ପ୍ରଯୋଜକ ମୁସ୍ତକ୍‌ ଶେଖ୍‌ ତାଙ୍କର ଶୋଷଣ କରିଥିଲେ ବୋଲି ଏହି ଅଭିନେତା-ମଡ଼େଲ ଅଭିଯୋଗ ଆଣିଛନ୍ତି ।

bollywoodbubble.com

ଏକ ସାକ୍ଷାତକାରେ ନିଜ ସହ ହୋଇଥିବା ଶୋଷଣ ବିଷୟରେ ଜଣାଇବାକୁ ଯାଇ ସେ କହିଛନ୍ତି, “ମୁଁ ୧୯ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିବା ବେଳେ ପ୍ରଥମେ ମୁସ୍ତାକ୍‌ ଶେଖ୍‌ଙ୍କ ସହ ମୋର ପରିଚୟ ହୋଇଥିଲା । ସେ ମୋ ଲୁକ୍‌ ଦେଖି ମୋତେ କାମ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଥରେ ସେ ମୋତେ ତାଙ୍କ ଘରକୁ ଡ଼ାକିବା ସହ ତାଙ୍କ ଦୁଇ ଭଉଣୀଙ୍କୁ ଚିହ୍ନା କରାଇଥିଲେ । ପରେ ତାଙ୍କ ରୁମ୍‌କୁ ଯିବା ପରେ ସେ ମୋତେ କହିଥିବା କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ସେ ମୋତେ କହିଥିଲେ ମୁଁ କିଛି ଏମିତି କରିବାକୁ ଯାଉଛି, ଯାହାକୁ ତୁମେ ଭଲ ଭାବରେ ଉପଭୋଗ କରିବ । ଏହା ଟିକେ ଅଲଗା । କିନ୍ତୁ ତୁମକୁ ପସନ୍ଦ ଆସିବ । ଏହା ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ପରେ ସେ ମୋତେ ଏକ ଧାରାବହିକରେ କାମ ଦେବା ନେଇ ତାଙ୍କ ସହ ଯୌନସଂପର୍କ ପାଇଁ କହିଥିଲେ । କିନ୍ତୁ ମୁଁ ମନା କରିବାକୁ ସେ ଧାରାବାହିକରୁ ମୋ ନାଁ କଟା ଯାଇଥିଲା।”

ସମ୍ବନ୍ଧିତ ଖବର