ପୁଣି କଣ୍ଠଶିଳ୍ପୀ ଅନୁ ମଲ୍ଲିକ୍ଙ୍କ ଉପରେ ଯୌନ ଶୋଷଣର ଆରୋପ ଆଣିଲେ ବଲିଉଡ୍ର ଏହି ଲୋକପ୍ରିୟ ଗାୟିକା
ମୁମ୍ବାଇ: ଏବେ #ମି ଠୁ ଅଭିଯାନରେ ଏକ ନୂଆ ନାମ ସାମିଲ ହୋଇଛି । ପୂର୍ବରୁ କୈଲାଶ ଖେର୍ଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିଥିବା ବେଳେ ଏବେ ପୁଣି ଥରେ କଣ୍ଠଶିଳ୍ପୀ ଅନୁ ମଲ୍ଲିକ୍ଙ୍କ ନାମ ଏଥିରେ ସାମିଲ ହୋଇଛି । ପୂର୍ବରୁ ସୋନା ମହାପାତ୍ର କଣ୍ଠଶିଳ୍ପୀ ଅନୁ ମଲ୍ଲିକ୍ଙ୍କ ଉପରେ ଯୌନ ଶୋଷଣର ଆରୋପ ଆଣିଥିବା ବେଳେ ଏବେ ଲୋକପ୍ରିୟ ଗାୟିକା ଶ୍ୱେତା ପଣ୍ଡିତ ଅନୁ ମଲ୍ଲିକ୍ଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି । ଟ୍ଵିଟରରେ ଏକ ପୋଷ୍ଟ କରି ଶ୍ୱେତା ଏହି ଖୁଲାସା କରିଥିବା ବେଳେ ୧୫ବର୍ଷ ବୟସରେ ଅନୁ ମଲ୍ଲିକ୍ ତାଙ୍କ ସହ ଯୌନ ଶୋଷଣ କରିଥିଲେ ବୋଲି ଟ୍ଵିଟ୍ କରି ଜଣାଇଛନ୍ତି ଶ୍ୱେତା ।
Had to go back to my worst memory as a teenage girl today to write this and speak up – its now or never. This is my #MeToo and have to warn young girls about #AnuMalik & let you know your #TimesUp @IndiaMeToo
Thank you @sonamohapatra for speaking up about him & supporting this pic.twitter.com/e261pGQyEq— Shweta Pandit (@ShwetaPandit7) 17 October 2018
ସେ କରିଥିବା ପୋଷ୍ଟ ମୁତାବକ, ୨୦୦୦ମସିହାର କଥା । ସେ ସମୟରେ ଅନୁ ମଲ୍ଲିକ୍ଙ୍କ ମ୍ୟାନେଜର ଥିବା ମୁସ୍ତଫା ମୋତେ ଫୋନ କରି ଅନ୍ଧେରୀରେ ଥିବା ଏମ୍ପାୟାର ଷ୍ଟୁଡ଼ିଓକୁ ଡ଼କାଇଥିଲେ । ମୁଁ ଏବଂ ମୋ ମା’ ସେଠାରେ ପହଞ୍ଚିବା ପରେ ଷ୍ଟୁଡ଼ିଓରେ ସେ କଣ୍ଠଶିଳ୍ପୀ ଶାନ ଏବଂ ସୁନିଧିଙ୍କ ସହ ଫିଲ୍ମ ଆଓ୍ଵାରା ପାଗଲ ଦିଓ୍ଵାନାର ଏକ ଗ୍ରୁପ୍ ସଙ୍ଗ ରେକର୍ଡ଼ କରୁଥିଲେ । ମୋତେ ଦେଖି ବିନା ମ୍ୟୁଜିକ୍ରେ ସେ ମୋତେ ଗୀତ ଗାଇବା ପାଇଁ କହିଥିଲେ । ଯାହା ପରେ ମୁଁ ହର୍ ଦିଲ୍ ଜୋ ପ୍ୟାର କରେଗା ଗୀତ ଗାଇଥିଲି । ମୋ ଗୀତ ଶୁଣି ଖୁସି ହେବା ସହ ମୁଁ ତୁମକୁ ଏ ଗୀତ ଶାନ ଏବଂ ସୁନିଧିଙ୍କ ସହ ଗାଇବାକୁ ଦେବି; କିନ୍ତୁ ସେଥିପାଇଁ ତୁମକୁ ମୋତେ ଚୁମ୍ବନ ଦେବାକୁ ପଡ଼ିବ ବୋଲି ସେ ମୋତେ କହିଥିଲେ । ଯାହାକୁ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ସେ ଆମ ପରିବାରକୁ ବହୁତ ପୂର୍ବରୁ ବେଶ ଭଲ ଭାବରେ ଜାଣିଥିବା ବେଳେ ମୋ ବାପାଙ୍କୁ ଭାଇ ବୋଲି ଡ଼ାକନ୍ତି । କିଏ ନିଜ ଭାଇର ଝିଅକୁ ଏପରି କହି ପାରିବ । ଏହି କଥା ପାଇଁ ମୁଁ କିଛି ମାସ ଅବସାଦଗ୍ରସ୍ତ ରହିଥିଲି ବୋଲି ଶ୍ୱେତା ନିଜ ଟ୍ଵିଟ୍ରେ ଲେଖିଛନ୍ତି ।