‘ଶ୍ରୀମାନ ସୁରଦାସ’ରେ ମିହିର ଦାସ କେଉଁ ଭୂମିକାରେ ଆସୁଛନ୍ତି ଜାଣନ୍ତି କି ?

ଭୁବନେଶ୍ୱର: ଓଲିଉଡର ବହୁମୁଖୀ ପ୍ରତିଭା ସଂପନ୍ନ ଅଭିନେତା ମିହିର ଦାସ ଇତିମଧ୍ୟରେ ଓଡ଼ିଆ ସିନେମାରେ ପ୍ରାୟ ୩୮ ବର୍ଷ ବିତାଇ ସାରିଲେଣି। ଏହି ସମୟ ଭିତରେ ମିହିର ଦାସ ୧୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି।ଏବେ ପୂଜାରେ ମୁକ୍ତିଲାଭ କରିବାକୁ ନୂଆ ଓଡ଼ିଆ ସିନେମା ‘ଶ୍ରୀମାନ ସୁରଦାସ’ରେ ମିହିର ଦାସ ପୁଣି ଏକ ନୂଆ ପ୍ରକାରର ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଓଡ଼ିଆ ଛବିରେ ମିହିର ଦାସଙ୍କୁ ପୁଣି ଥରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ନନା। ‘ଶ୍ରୀମାନ ସୁରଦାସ’ରେ ମିହିର ଦାସ ଓ ବାବୁସାନ୍‌ଙ୍କ ମଧ୍ୟରେ ଟକ୍କର ଦେଖିବାକୁ ପାଇବେ ଦର୍ଶକ।


ଆଗରୁ ଦର୍ଶକ ମିହିର ଓ ବାବୁସାନଙ୍କ ଟକ୍କର ଲଭ ଷ୍ଟେସନ୍‌ ଓ ଲଭ୍‌ ପାଇଁ କୁଛ୍‌ଭି କରେଗା ଖୁବ୍‌ ପସନ୍ଦ କରିଥିଲେ। ବାବୁସାନ୍‌ ଏଥିରେ ବନିଛନ୍ତି ଶ୍ରୀମାନ୍‌ ସୁରଦାସ। ଏହି ଫିଲ୍ମର ଅନ୍ୟ ମୁଖ୍ୟ କଳାକାର ମାନେ ହେଲେ ବୁଦ୍ଧାଦିତ୍ୟ ମହାନ୍ତି,ଭୂମିକା,ସଲିଳ ମିତ୍ର,ତ୍ରିଭୁବନ ପଣ୍ଡା,ଜୀବନ ପଣ୍ଡା ଓ ଅପରାଜିତା ପ୍ରମୁଖ। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍‌। ପ୍ରାପ୍ତ ସୂଚନା ଅନୁଯାୟୀ ଆଗାମୀ ୧୪ ତାରିଖରେ ‘ଶ୍ରୀମାନ ସୁରଦାସ’ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର