କଟକ: ବାପାଙ୍କ ମୃତ୍ୟୁର ଠିକ୍‌ ବର୍ଷକ ପରେ ଚାଲି ଯାଇଛନ୍ତି ସ୍ବର୍ଗତଃ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ବାପା ମିହିରଙ୍କ ସହ ଅକ୍ଳାନ୍ତଙ୍କ ସଂପର୍କ ଥିଲା ଖୁବ୍‌ ନିବିଡ଼। ଏପରିକି ବାପାଙ୍କ ଚାଲିଯିବା ପରେ ସେ ତାଙ୍କୁ ଝୁରି ଝୁରି ବିଶାଦଗ୍ରସ୍ତ ରହୁଥିଲେ ବୋଲି ମଧ୍ୟ କିଛି ନିକଟ ସଂପର୍କୀୟ ମତ ରଖିଛନ୍ତି। ସାନ ପୁଅ ପ୍ରତି ମିହିରଙ୍କ ଭଲପାଇବା ବି ଖୁବ୍ ଅଧିକ ରହିଥିଲା।

Advertisment

୩ ବର୍ଷ ତଳେ ‘ସମ୍ବାଦ ପୋର୍ଟାଲ୍’ ପକ୍ଷରୁ କରାଯାଇଥିବା ଏକ ସାକ୍ଷାତ୍‌କାରରେ ମିହିର ତାଙ୍କ ପୁଅଙ୍କ ସଂପର୍କରେ କ’ଣ କହିଥିଲେ ଜାଣନ୍ତି ? ତାଙ୍କୁ ପଚରା ଯାଇଥିଲା କି ବଡ଼ ପୁଅ ଅମ୍ଳାନଙ୍କ ପରି ସାନ ପୁଅ ଅକ୍ଳାନ୍ତ ବି କାହିଁକି ଅଭିନୟ ଦୁନିଆରେ ନଜର ଆସୁନାହାନ୍ତି ?

publive-image facebook

ଏହାର ଉତ୍ତରରେ ମିହିର କହିଥିଲେ, ‘ସେ ଶ୍ରୀ ଶ୍ରୀ ୟୁନିଭରସିଟିରେ ଆନିମେସନ୍‌ ପଢୁଛି, ଆମରି ଦୁନିଆର ଏକ ପାଠ। ସେ ମୋଟା ଥିବା କାରଣରୁ ସାହସ କରି କହି ପାରୁନାହିଁ। ବେଳେ ବେଳେ ବି କହୁଛି ଯେ ମୁଁ ପତଳା ହୋଇଗଲେ ଅଭିନୟ କରିବି। ସେ ଅଭିନୟ କରିବ କି ନାହିଁ ଅଲଗା କଥା। ଯଦି କରେ ବହୁତ ଭଲ ଅଭିନୟ କରିବ।  ଅଭିନୟ ପାଇଁ ଯେଉଁ ମାନସିକତା/ ତା’ର ବିଚାରଶକ୍ତି ଲୋଡା ସେ ସବୁ ତା’ ନିକଟରେ ଅଛି। ଈଶ୍ବର ଚାହିଁଲେ ସେ ନିଶ୍ଚୟ ଅଭିନୟ କରିବ।’

ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମାସେ ହେଲା ଅକ୍ଲାନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ଲିଭର ଜନିତ ସମସ୍ୟା ଯୋଗୁ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ। ତାଙ୍କ ମୃତ୍ୟୁ ପରେ କଟକ ସତୀଚଉରାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ମିହିରଙ୍କ ପ୍ରଶଂସକମାନଙ୍କୁ ଏହି ଘଟଣା ଖୁବ୍ ଦୁଃଖ ଦେଇଛି।