ଦୁବାଇ: ପ୍ରସିଦ୍ଧ ବଲିଉଡ୍ ଗାୟକ ମିକା ସିଂହ ଗତକାଲିି ଦୁବାଇରେ ଗିରଫ ହୋଇଛନ୍ତି। ବ୍ରାଜିଲର ଜଣେ ୧୭ ବର୍ଷୀୟା ମଡେଲ୍ଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ୍ ପଠାଯାଇଛି।ଏହାକୁ ନେଇ ବଲିଉଡ୍ ଜଗତରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ମିଳିଥିବା ସୂଚନା ସୂଚନା ଅନୁଯାୟୀ, ପ୍ରସିଦ୍ଧି ଗାୟକ ଦଲେର ମହେନ୍ଦୀଙ୍କ ସାନଭାଇ ତଥା ପ୍ରତିଷ୍ଠିତ ଗାୟକ ମିକା ସିଂହ ଦୁବାଇକୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ୧୭ ବର୍ଷୀୟ ବ୍ରାଜିଲିଆନ ମଡେଲଙ୍କ ସହିତ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହୋଇଥିିଲା। ତେବେ ମିକା ଉକ୍ତ ମଡେଲଙ୍କ ନିକଟକୁ ଅଶ୍ଳୀଳ ଫଟୋ ପଠାଇଥିବା ନେଇ ମଡେଲ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମିକାଙ୍କୁ ଅଟକ ରଖିଛି। ଏବେ ମିକା ସିଂହ ବୁର ଦୁବାଇ ଥାନାରେ ଅଟକ ଅଛନ୍ତି। ମଡେଲ୍ ଙ୍କ ଅଭିଯୋଗ ଭିତ୍ତିରେ ମିକା ସିଂହଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏ ସମ୍ପନର୍କରେ ଞୁ,ଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସିଂହ ସୁରୀ କହିଛନ୍ତି ଯେ ଯେଉଁ ଥାନାରେ ମିକା ସିଂହଙ୍କୁ ଅଟକ ରଖାଯାଇଛି ସେଠାରେ ଭାରତୀୟ ଅଧିକାରୀମାନ ପହଞ୍ଚିିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଭାରତୀୟ ଦୂତାବାସ ପକ୍ଷରୁ ମିକାଙ୍କ ମାମଲାରେ ହସ୍ତକ୍ଷେପ କରାଯାଇଛି ବୋଲି ଶ୍ରୀ ସୁରୀ କହିଛନ୍ତି।
ଦୁବାଇରେ ମିକା ସିଂହ ଗିରଫ
/sambad/media/post_attachments/wp-content/uploads/2018/12/mika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)