ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ କଣ୍ଠଶିଳ୍ପୀ ମିକା, କିନ୍ତୁ ପରେ…..

ମୁମ୍ବାଇ : ନିଜର ଗୀତ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି କଣ୍ଠଶିଳ୍ପୀ ମିକା ସିଂହ । ସେ ଉଭୟ ପଞ୍ଜାବୀ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ଲୋକପ୍ରିୟ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ବିବାହ କରି ପାରି ନାହାନ୍ତି । କିଛି ଦିନ ତଳେ ସେ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଘୋଷଣା କରିଥିଲେ । ଏବଂ କାହାକୁ ବିବାହ କରିବାକୁ ଚାହାଁନ୍ତି ତାହା ମଧ୍ୟ ଜଣାଇଥିଲେ । କିନ୍ତୂୁ ପରେ ତାଙ୍କର ସବୁ ଆଶା ଆଶାରେ ରହି ଯାଇଥିଲା ।

Clipper28 Digital Media

ସୂଚନା ମୁତାବକ, ଏକ ସାକ୍ଷାତକାରରେ ତାଙ୍କୁ ବିବାହ କଥା ପଚରାଯିବା ପରେ ମୁଁ ଖୁବ୍‌ ଶୀଘ୍ର ବିବାହ କରିବି ବୋଲି କହିଥିଲେ ମିକା । ଏହା ସହ କାହାକୁ ବିବାହ କରିବାକୁ ଯାଉଛନ୍ତି ବୋଲି ପଚରାଯିବା ପରେ ସେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ । କିନ୍ତୁ ଏ ନେଇ ଉର୍ବଶୀଙ୍କ ପଚରାଯିବା ପରେ ସେ ଏବେ ବିବାହ କରିବାକୁ ଚାହୁଁ ନଥିବା କହିଥିଲେ । ତାଙ୍କ ଭାଇ-ଭଉଣୀମାନେ ବିବାହ କରି ସାରିବା ପରେ ସେ ବିବାହ କରିବେ ବୋଲି କହିବା ସହ ଏବେ ମୁଁ ମୋ କ୍ୟାରିୟରକୁ ନେଇ ବ୍ୟସ୍ତ ବୋଲି କହିଥିଲେ ଉର୍ବଶୀ । ଏହା ପରେ ପରେ ଉର୍ବଶୀ ଏବଂ ମିକାଙ୍କୁ ନେଇ ହେଉଥିବା ଚର୍ଚ୍ଚା ଧିରେ ଧିରେ ଥମି ଯାଇଥିଲା ।

ସମ୍ବନ୍ଧିତ ଖବର