ମୁମ୍ବାଇ: ଆକ୍ରମଣର ୫ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ବଲିଉଡ ଷ୍ଟାର ସୈଫ ଅଲୀ ଖାନ୍ । ଜାନୁଆରି ୧୬ ତାରିଖରେ ସୈଫ ଅଲୀ ଖାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣକ ଅଭିନେତାଙ୍କ ଉପରେ ଛଅ ଥର ଆକ୍ରମଣ କରିଥିଲା। ସେବେଠାରୁ ସୈଫ୍ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ଥଲେ। ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ମେରୁଦଣ୍ଡରେ ଲାଗିଥିବା ଅଢ଼େଇ ଇଞ୍ଚର ଏକ ଛୁରୀ ଖଣ୍ଡ ମଧ୍ୟ ବାହାର କରିଥିଲେ ବୋଲି ଜଣାପଡ଼ିଛି। ତେବେ ଚିକିତ୍ସା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ମଙ୍ଗଳବାର ସେ ଘରକୁ ଫେରିଛନ୍ତି। 

Advertisment

ଏହି ଘଟଣା ପରେ ସୈଫଙ୍କୁ ଡାକ୍ତରଖାନା ନେଇ ଯାଇଥିବା ଅଟୋ ଚାଳକ ଭଜନ ସିଂହ ରାଣା ଚର୍ଚ୍ଚାରେ ଅଛନ୍ତି। ସୈଫ୍ ତାଙ୍କୁ ଡିସଚାର୍ଜ ହେବା ପରେ ଦେଖା କରିଥିବା ବେଳେ ଏବେ ବଲିଉଡ ଗାୟକ ମିକା ସିଂହ ନିଜର ଇଚ୍ଛା ଜାହିର କରିଛନ୍ତି। ସେ ଅଟୋ ଚାଳକ ଭଜନଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଚାହୁଥିବା କହିଛନ୍ତି।

मीका सिंह का वादा, सैफ को अस्पताल पहुंचाने वाले ऑटो ड्राइवर को देंगे 1 लाख  रुपये, बोले- उनका काम सराहनीय है - mika singh promises to give rs 1 lakh to  auto-rickshaw

ମିକା ସିଂହ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସୈଫ ଏବଂ ଅଟୋ-ରିକ୍ସା ଡ୍ରାଇଭରଙ୍କ ଫଟୋ ସେୟାର କରି ଲେଖିଛନ୍ତି, "ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଭାରତର ପ୍ରିୟ ସୁପରଷ୍ଟାରଙ୍କୁ ବଞ୍ଚାଇବା ପାଇଁ ସେ ଅତି କମରେ ୧୧ଲକ୍ଷ ଟଙ୍କାର ପୁରସ୍କାର ପାଇବାକୁ ଯୋଗ୍ୟ। ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରକୃତରେ ପ୍ରଶଂସନୀୟ! ଯଦି ସମ୍ଭବ ହୁଏ, ତେବେ ଆପଣ କ'ଣ ତାଙ୍କ ଯୋଗାଯୋଗ ସୂଚନା ମୋ ସହିତ ସେୟାର କରିପାରିବେ? ମୁଁ ତାଙ୍କୁ ପ୍ରଶଂସା ସ୍ୱରୂପ ୧ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଚାହେଁ।"