ନୂଆଦିଲ୍ଲୀ: ହାସ୍ୟ ଅଭିନେତା ସମୟ ରାଇନାଙ୍କ ସୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ରେ ଦେଇଥିବା ବୟାନ ଯୋଗୁଁ ୟୁଟ୍ୟୁବର ରଣବୀର ଆଲ୍ଲହାବାଦିଆ ଏପର୍ଯ୍ୟନ୍ତ ଆଇନଗତ ସମସ୍ୟାରୁ ବାହାରି ପାରିନାହାଁନ୍ତି। ଗତକାଲି ରଣବୀର ଆସାମରେ ପହଞ୍ଚି ଗୌହାଟୀ ପୁଲିସ ନିକଟରେ ତାଙ୍କର ବୟାନ ରେକର୍ଡ କରିଥିଲେ।ଏହି ବିବାଦକୁ ନେଇ ଅନେକ କଳାକାର ନିଜର ମତ ରଖିଥିବା ବେଳେ ଏବେ ଗାୟକ ମିକା ସିଂହ ରଣବୀର ଏବଂ ସମୟ ରାଇନାଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଉଭୟ ୟୁଟ୍ୟୁବର ସେମାନଙ୍କର ସଫଳତାକୁ ସମ୍ଭାଳି ପାରିଲେ ନାହିଁ ବୋଲି ସେ କହିଛନ୍ତି।
ଏକ ସାକ୍ଷାତକାରରେ ସେ କହିଛନ୍ତି, "ସମୟ ରାଇନାଙ୍କ ସହ ମୋର କୌଣସି ବ୍ୟକ୍ତିଗତ ବିବାଦ ନାହିଁ। ସେ ଜଣେ ବହୁତ ଭଲ ମଣିଷ। ଅନେକ ଲୋକ ମୋତେ କହିଛନ୍ତି ଯେ, ସେ ମୋର ଜଣେ ବଡ଼ ପ୍ରଶଂସକ। ରଣବୀର ମଧ୍ୟ ବହୁତ ଭଲ। ସେ ଜଣେ ଭଦ୍ର ଏବଂ ସନ୍ତୁଳିତ ବ୍ୟକ୍ତି। କିନ୍ତୁ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'କୁ ଯିବା ତାଙ୍କର ସବୁଠାରୁ ବଡ଼ ଭୁଲ ଥିଲା । କାରଣ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ତାଙ୍କ ଭଳି ପଡକାଷ୍ଟ କରୁଥିବା ୟୁଟ୍ୟୁବରଙ୍କ ପାଇଁ ନୁହେଁ। ରଣବୀରଙ୍କ ସୋ’ ବହୁତ ସଭ୍ୟ ଏବଂ ସମ୍ମାନଜନକ। ସମୟଙ୍କ ସୋ’ର ଦର୍ଶକ ଭିନ୍ନ। ଯଦି ରଣବୀର ସେଠାକୁ ଯାଇ ନଥାନ୍ତେ, ତେବେ ଏହି ସମସ୍ୟା ଉପୁଜି ନଥାନ୍ତା। ସମୟଙ୍କ ସୋ’ରେ ଆହୁରି ଅନେକ ଅଶ୍ଳୀଳ କଥା କୁହାଯାଇଛି ଏବଂ ଭାରତ ଭଳି ଦେଶରେ ଏତେ ଅଶ୍ଲୀଳ କଥା କହିବାଟା ଅତ୍ୟନ୍ତ ଦୁଃଖର କଥା। ସମୟ ସଫଳ ହୋଇଥିବାରୁ, ଅନେକ ଲୋକ ତାଙ୍କ ପରି ହେବାକୁ ଚାହାଁନ୍ତି। କିନ୍ତୁ ଏହା ଭୁଲ। ସମୟ ଏବଂ ରଣବୀର ଉଭୟ ସଫଳ। କିନ୍ତୁ ସେମାନଙ୍କୁ ସଠିକ୍ ଉଦାହରଣ ମଧ୍ୟ ସ୍ଥାପନ କରିବା ଉଚିତ। ଯେତେବେଳେ ଆପଣଙ୍କର ଏତେ ବଡ଼ ପ୍ରଭାବ ଥାଏ, ସେତେବେଳେ ଆପଣଙ୍କୁ ଯୁବପିଢ଼ିଙ୍କୁ ନିୟନ୍ତ୍ରଣ କରିବାକୁ ପଡେ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/08/D5R8fv7J3aS4x3PtIFSv.jpg)