ମୁମ୍ବାଇ: ବଲିଉଡର ହଟ୍ ହିରୋଇନ୍ ବିପାସା ବସୁ ଏବେ ଏକ ନୂଆ ସିନେମାରେ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଆଜିକାଲି ଅଭିନୟ ଅପେକ୍ଷା ନିଜର ବୈବାହିକ ଜୀବନକୁ ଅଧିକ ଏନଜୟ କରୁଛନ୍ତି, ତଥାପି ତାଙ୍କୁ ଦର୍ଶକ ଭୁଲି ନାହାଁନ୍ତି। ପ୍ରଥମେ ମଡେଲିଂ ଓ ତା’ପରେ ଆକ୍ଟିଂରେ କ୍ୟାରିଅର୍ ଗଢିଲେ ବିପାସା। ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଯୋଡ଼ି ଅବ୍ବାସ-ମସ୍ତାନଙ୍କ ଫିଲ୍ମ‘ଅଜନବୀ’ ଜରିଆରେ ନାୟିକାଭାବେ ଏଣ୍ଟ୍ରି ନେଇଥିିଲେ ବଲିଉଡରେ। ତାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ବିପାସା ବସୁ ନିଜର ଆଫେଆର୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି।
ବିପାସା ବସୁ ମୁମ୍ବାଇରେ ଷ୍ଟ୍ରଗଲ୍ କରୁଥିବା ବେଳେ ମଡେଲ୍ ଟର୍ଣ୍ଣଡ୍ ଆକ୍ଟର୍ ମିଲିନ୍ଦ ସୋମନ୍ଙ୍କ ସହ ବିପାସାଙ୍କର ପ୍ରଥମ ଭେଟ ହୋଇଥିଲା। ତାପରେ ସେ ଦୁହେଁ ଡେଟ୍ କରିଥିଲେ। ମିଲିନ୍ଦ ବିପାସାଙ୍କ ଠାରୁ ବୟସରେ ପ୍ରାୟ ୧୩ ବର୍ଷ ବଡ଼। ହେଲେ ସେମାନଙ୍କର ବ୍ରେକ୍ ଅପ୍ ହୋଇଥିଲା। କୁହାଗଲା ଯେ ଯେଉଁ ସମୟରେ ଆଫେଆର୍ ଚାଲିଥିଲା, ସେତେବେଳେ ମିଲିନ୍ଦ ଜଣେ ସୁପର ମଡେଲ୍ ଥିବା ହେତୁ ସେ ବିପାସାଙ୍କୁ ଆଗକୁ ଦେବାକୁ ଚାହୁଁ ଥିଲେ, ହେଲେ ବିପାସା ନିଜର ପରିଶ୍ରମ ବଳରେ ୧୯୯୬ରେ ଗୋଦରେଜ୍ ସିନ୍ଥୋଲି ସୁପର ମଡେଲ୍ ପ୍ରତିଯୋଗିତା ରେ ବିଜେତା ହୋଇଥିଲେ। ଏହାକୁ ସହି ପାରି ନଥିଲେ ମିଲିନ୍ଦ। ଏହାପରେ ମିଲିନ୍ଦ ବିପାସାଙ୍କଠାରୁ ଦୂରେଇ ଯାଇଥିଲେ। ମିଲିନ୍ଦ ବିପାସାଙ୍କ ବ୍ରେକ୍ଅପ୍ ବି ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା ।