ପତ୍ନୀ ଅଙ୍କିତାଙ୍କୁ ପାଣି ଭିତରେ ଚୁମ୍ବନ ଦେଲେ ମିଲିନ୍ଦ, ଭାଇରାଲ ହେଲା ଫଟୋ

ମୁମ୍ବାଇ: ୨୦୨୦ରେ ବଲିଉଡ୍‌ ଅଭିନେତା ମିଲିନ୍ଦ ସୋମନ ୫୫ ବର୍ଷରେ ପାଦ ଦେଇଥିଲେ। ନିଜ ଜନ୍ମଦିନରେ ସେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବା ଦେଖାଯାଇଥିଲା। ତାଙ୍କ ପତ୍ନୀ ଅଙ୍କିତା କନୱାର ମିଲିନ୍ଦଙ୍କ ଏହି ଫଟୋଟି ଉଠାଇଥିଲେ। ଏହାକୁ ସେ ସୋସିଆଲ ମିଡିଆରେ ଛାଡ଼ିବା ପରେ ବିବାଦ ଆରମ୍ଭ ହୋଇଥିଲା। ଏବେ ୨୦୨୩ରେ ନିଜର ଆଉ ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ମିଲିନ୍ଦ। ନିଜ ପତ୍ନୀ ଅଙ୍କିତାଙ୍କ ସହ ମିଲିନ୍ଦ ନୂଆ ନୂଆ ସ୍ଥାନକୁ ଯିବାକୁ ଭଲପାନ୍ତି। ଏବେ ସେ ପତ୍ନୀଙ୍କ ସହ ମାଳଦ୍ବୀପ ଯାଇଥିବା ବେଳେ ତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

ଫଟୋରେ ସେ ପତ୍ନୀ ଅଙ୍କିତାଙ୍କୁ ପାଣି ଭିତରେ ଚୁମ୍ବନ ଦେଉଥିବା ଦେଖାଯାଇଛି। ଫଟୋ ସେୟାର କରି ପ୍ରଥମ ଚୁମ୍ବନ ବୋଲି ଲେଖିଛନ୍ତି ମିଲିନ୍ଦ। ମିଲିନ୍ଦଙ୍କ ଫଟୋରେ କମେଣ୍ଟ ଦେଇ ଅଙ୍କିତା ଲେଖିଛନ୍ତି ‘ଦୋ ଚଷମିସ୍’।

 

View this post on Instagram

 

A post shared by Milind Usha Soman (@milindrunning)

ଫଟୋ ସହ ମିଲିନ୍ଦ ଏକ ରିଲ୍ସ ବି ସେୟାର କରିଥିଲେ, ଯେଉଁଥିରେ ପାଣି ଭିତରେ ସେ ପତ୍ନୀଙ୍କ ସହ ଟିକ୍ ଟାକ୍ ଟୋ ଖେଳୁଥିବାର ନଜର ଆସିଥିଲେ। ଭିଡିଓରେ ହାସଟ୍ୟାଗ୍ ଦେଇ ମିଲିନ୍ଦ ଲେଖିଥିଲେ ତୁମ ସହ ଟିକ୍ ଟାକ୍ ଟୋ ଖେଳିବାର ମଜା ଅଲଗା।

 

View this post on Instagram

 

A post shared by Milind Usha Soman (@milindrunning)

ସମ୍ବନ୍ଧିତ ଖବର