ମୁମ୍ବାଇ:ସୁପର ମଡେଲ୍ ତଥା ଆକ୍ଟର୍ ମିଲିନ୍ଦ ସୋମନ୍ଏବେ ପୁଣି ଚର୍ଚ୍ଚାରେ। ସେନିଜର ନୂଆ ଗର୍ଲଫ୍ରେଣ୍ଡଙ୍କୁ ନେଇ ସମାଲୋଚିତ ହୋଇଛନ୍ତି। ମିଲିନ୍ଦ ସୋମନ୍ ଗତ ୪ ତାରିଖରେ ନିଜର ୫୨ତମ ଜନ୍ମ ଦିନ ପାଳିଥିଲେ। ଏହାକୁ ନେଇ ତାଙ୍କର ଫ୍ୟାନମାନେ ମିଲିନ୍ଦଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ । ଏହାର ପ୍ରତ୍ୟୁତ୍ତରରେ ମିଲିନ୍ଦ ସୋମନ୍ ଫ୍ୟାନମାନଙ୍କୁ ‘ଥ୍ୟାଙ୍କ ୟୁ’ ବୋଲି ଲେଖିବା ସହିତ ନିଜର ଇନଷ୍ଟାଗ୍ରାମରେ ତାଙ୍କର ଗର୍ଲ ଫ୍ରେଣ୍ଡଙ୍କ ସହିତ ଏକ ଫଟୋ ସେଆର୍ କରିଥିଲେ।
Milind soman's Gf : hey ,i' m 18 and my bf is 50 ! Is that bad ?
Friend : u just spelled Dad wrong
?#MilindSoman— deeps (@deepikaseth1) November 6, 2017
ଏହି ଗର୍ଲ ଫ୍ରେଣ୍ଡଙ୍କ ନାମ ହେଲା ଅଙ୍କିତା କୋଓ୍ଵଁର।ତାଙ୍କର ବୟସ ମାତ୍ର ୧୮ ବର୍ଷ ବୋଲି କୁହାଯାଉଛି। ଏହି ମେସେଜ୍ ଏବଂ ଫଟୋକୁ ବହୁ ଲୋକ ଟ୍ରୋଲ୍ କରିଛନ୍ତି। ଅନେକ ମିଲିନ୍ଦ ସୋମନ୍ଙ୍କୁ ସମାଲୋଚନା ବି କରିଛନ୍ତି। କେତେକ ମତ ଦେଇଛନ୍ତି ଯେ ଅଙ୍କିତାଙ୍କ ବୟସ ୨୩ ହେବ। ଖାଲି ସେତିକି ନୁହେଁ ଆହୁରି ବି ଶୁଣିବାକୁ ମିଳୁଛି ଯେ ଅଙ୍କିତା କୋଓ୍ଵଁର ଜଣେ ଏୟାର ହୋଷ୍ଟସ୍ ଏବଂ ବିମାନରେ ହିଁ ମିଲିନ୍ଦଙ୍କ ସହ ତାଙ୍କର ପ୍ରଥମ ଭେଟ ହୋଇଥିଲା। ପରେ ଦୁହେଁ ମିଳାମିଶା କରୁଛନ୍ତି। ଏବେ ଓସଲୋଠାରେ ଏହି ପ୍ରେମୀ ଯୁଗଳ ଛୁଟି କାଟୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/milind-soman_ndtv-1.jpg)