ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ବିଗ୍ ବସ୍-୧୩ର ପ୍ରସାରଣ! ତେଜିଲା ରିୟାଲିଟି ସୋ’ରେ ଅଶ୍ଲୀଳତା ବିବାଦ
ମୁମ୍ବାଇ: ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ରିୟାଲିଟି ସୋ’ ବିଗ୍ ବସ୍-୧୩ । ସୋ’ରେ ଅଶ୍ଲୀଳତା ପ୍ରଦର୍ଶନକୁ ନେଇ କିଛି ଦିନ ତଳେ ଆରମ୍ଭ ହୋଇଥିବା ବିବାଦ ଏବେ ଧିରେ ଧିରେ ବଢ଼ିବାରେ ଲାଗିଛି । ସୋ’ ମାତ୍ର କିଛି ଦିନ ହେବ ଆରମ୍ଭ ହୋଇଥିବା ବେଳେ ଏହାକୁ ବନ୍ଦ କରିବା ନେଇ ଦାବି ଆରମ୍ଭ ହୋଇଛି । କିଛି ଦିନ ତଳେ ଟୁଇଟ୍ରରେ #ବଏକଟ୍ ବିଗ୍ ବସ୍ ଓ #ଅନ୍ସବ୍ସ୍କ୍ରଇବ୍ କଲର୍ସଟିଭି ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆରେ ସୋ’ର କିଛି ଦୃଶ୍ୟକୁ ନେଇ ଲୋକେ ଆପତ୍ତି କରୁଥିବା ବେଳେ ଏବେ ଏ ନେଇ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସୋ’କୁ ବନ୍ଦ କରିବା ପାଇଁ ଦାବି କରିବା ସହ ବନ୍ଦ କରିବାର ବିଭିନ୍ନ କାରଣ ଦର୍ଶାଇଛନ୍ତି ବିଜେପି ବିଧାୟକ । ଚିଠି ପାଇବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହାକୁ ନେଇ ଗମ୍ଭୀରତାର ସହ ଆଲୋଚନା କରୁଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
Ghaziabad: BJP MLA from Loni, Nand Kishor Gurjar has written to Minister of Information & Broadcasting, Prakash Javadekar asking him to immediately stop the telecast of ‘Bigg Boss – 13’ alleging that the show is ‘spreading vulgarity & hurting the social morality of the country’. pic.twitter.com/JDh7HkXktH
— ANI UP (@ANINewsUP) October 10, 2019
ସୂଚନା ମୁତାବକ, ଚିଠି ପାଇବା ପରେ ଏହାକୁ ଗମ୍ଭୀରତାର ସହ ନେଇ ପ୍ରସାର ଭାରତୀକୁ ବିଗ୍ ବସ୍ର ବିଷୟ ବସ୍ତୁକୁ ନେଇ ବିବରଣୀ ମାଗିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ବିବରଣୀ ମିଳିବା ପରେ ସେଥିରେ ଅଶ୍ଲୀଳତା ଥିବା ଜାଣିଲେ ସୋ’କୁ ବନ୍ଦ କରି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
Sources: Ministry of Information and Broadcasting is looking into the complaint against ‘Big Boss – 13’ reality show. pic.twitter.com/Vp8o9EiR6p
— ANI (@ANI) October 10, 2019